129

ପାରିବାରିକ କଳହରୁ ଜୀବନ ହାରିଲେ ରୋଜି!

ଖୋର୍ଦ୍ଧା : ବାଲୁଗାଁ ଥାନା ଅନ୍ତର୍ଗତ କୁମ୍ଭୀରପଡା ଗ୍ରାମରେ ପାରିବାରିକ କଳହରୁ ଜଣେ ମହିଳା ସୋମବାର ପୂର୍ବାହ୍ନରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ମୁତାବକ କୁମ୍ଭୀରପଡା ଗ୍ରାମର ବିଦ୍ୟାଧର ମାଝୀଙ୍କ ସ୍ତ୍ରୀ ରୋଜି ମାଝୀ (୩୦) ଦୀର୍ଘଦିନ ଧରି ପରିବାରରେ ଅଶାନ୍ତି ଲାଗିରହିଥିବା ବେଳେ ପାରିବାରିକ କଳହ ନେଇ ଦୁଶ୍ଚିନ୍ତାରେ ଥିଲେ।ସୋମବାର ସକାଳେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହୋଇ ଉଗ୍ରରୂପ ଧାରଣ କରିଥିଲା।ଯେଉଁଥିରେ ସ୍ତ୍ରୀ ରୋଜି ମାନସିକ ଦୁଶ୍ଚିନ୍ତାରେ ନିଜ ଘରେ କବାଟ ବନ୍ଦ କରି ରଶି ଲଗାଇ ଝୁଲି ପଡ଼ିଥିଲେ।

କିଛି ସମୟ ପରେ ପରିବାର ଲୋକେ ମୂର୍ମୁଷ ଅବସ୍ଥାରେ ରୋଜିଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ସେଠାରେ ରୋଜିକୁ ମୃତ ଘୋଷଣା କରିଥିଲେ।ଖବର ପାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପୋଲିସ ପହଞ୍ଚି ୨/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତ ଶରୀର ହସ୍ତାନ୍ତର କରିଛି.

Spread the love