98

ମନ୍ଦିରରୁ ସିରିଜ ଚୋରୀ ଘଟଣା ସ୍ଥଳ ପରିଦର୍ଶନ କଲେ ଖୋର୍ଦ୍ଧା ଏସପି!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁରେ ୫ଟି ସ୍ଥାନରୁ ୮ଟି ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଥିବା ବେଳେ ରବିବାର ସକାଳେ ସମସ୍ତ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା। ପରିଦର୍ଶନ ସମୟରେ ଚୋର ମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ବାଲୁଗାଁ ଏସଡିପିଓ ଏବଂ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ଶ୍ରୀ ଶର୍ମା।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ସରଳାପଦର ସ୍ଥିତ ମା ଉତ୍ତରାୟଣୀ ମନ୍ଦିର, ପୁରୁଣା ମାଛ ମାର୍କେଟ ସ୍ଥିତ ମା କାଳିଜାଇ ମନ୍ଦିର, ସାନ୍ତରାପୁର ସାହି ସ୍ଥିତ ଦଧିବାବନ ଦେବ ମନ୍ଦିର, ମା ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର ଓ ଗୁପ୍ତେଶ୍ୱର ଦେବ ମନ୍ଦିର, ଗାନ୍ଧୀନଗର ସ୍ଥିତ ମା ଭଗବତୀ ଗିରି ଦୁର୍ଗା ମନ୍ଦିର ଓ ବିଦ୍ୟାଧରପୁର ସାହି ସ୍ଥିତ ମା ଖିଲାମୁଣ୍ଡା ମନ୍ଦିରରୁ ସମାନ ଢଙ୍ଗରେ ସମସ୍ତ ମନ୍ଦିରର ତାଲା ଭାଙ୍ଗି ବିଭିନ୍ନ ମନ୍ଦିର ଦେବା, ଦେବୀଙ୍କ କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ, ସୁନାଚିତା, ମଙ୍ଗଳସୂତ୍ର ଆଦି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ଦାନ ବାକ୍ସ ଭାଙ୍ଗି ସମସ୍ତ ଦାନ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିଲେ।

ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆଖପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରିବାସହ ତଦନ୍ତ ଜାରି ରଖିଥିଲେ ସୁଦ୍ଧା କୌଣସି ସୁରାକ ମିଳିପାରିନଥିଲା।ତେବେ ଆଜି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ସିରିଜ ଲୁଟରେ କୌଣସି ଏକ ବଡ଼ ଗ୍ୟାଙ୍ଗ ସାମିଲ ଥିବା ସନ୍ଦେହ କରିବାସହ ବାଲୁଗାଁ ପୋଲିସ ତଦନ୍ତ ତ୍ଵରାନିତ କରିଥିବା ଜଣାପଡିଛି.

Spread the love