ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବ ପୀଠ ହୋଇଛି ଉତ୍ସବ ମୁଖର |ଏହି ପରିପ୍ରେକ୍ଷୀରେ ବାଲୁଗାଁର ପ୍ରସିଦ୍ଧ ଶୈବପୀଠ ଉମାମହେଶ୍ୱର ଦେବଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଉପବାସ କରି ସନ୍ଧ୍ୟାରେ ଦୀପ ଜାଳିଛନ୍ତି | ଦୀପ ଆଲୋକରେ ଝଲସୁଛି ଶୈବପୀଠ ପରିସର | ପ୍ରାତଃ କାଳରୁ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଭକ୍ତମାନେ ଠାକୁର ଦର୍ଶନ କରିଥିଲେ | ଦିନସାରା ନିର୍ଜଳ ଉପବାସ ରହି ସଂଧ୍ୟାରେ ମହାଦେବଙ୍କ ପୀଠରେ ଦୀପ ଜାଳି ପୂଜାପାଠ ସହ ଶିବଙ୍କ ଆରାଧାନରେ ମଗ୍ନ ହୋଇ ଶିବ ପଞ୍ଚକ୍ଷରୀରେ କମ୍ପି ଉଠୁଛି ମନ୍ଦିର ପରିସର।ମନ୍ଦିରରେ ନୀତିକାନ୍ତି ପୂଜାର୍ଚ୍ଚନା,ଚାରି ଧୂପ ପରେ ଠାକୁରଙ୍କ ବେଢା କାର୍ଯ୍ୟକ୍ରମ ଶେଷ ହୋଇଛି | ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟି,ଜାଗର ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି |
91