149

ନିର୍ବାଚ଼ନ ସାକ୍ଷରତା ପାରଦର୍ଶିତା ନିମନ୍ତେ ବାଲୁଗାଁ ମହାବିଦ୍ୟାଳୟ ପୁରସ୍କୃତ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ,ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ପୂର୍ବତନ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଏବଂ ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦେଇ ଜାତୀୟ ମତଦାତା ଦିବସର ମହତ୍ତ୍ବ ଓ ମତଦାନ ହେଉଛି ଆମ ସାମ୍ବିଧାନିକ ଅଧିକାର ଓ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତପ୍ରକାଶ କରିଛନ୍ତି।ଏହିଅବସରରେ ବାଲୁଗାଁ ମହାବିଦ୍ୟାଳୟର‌ ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ କ୍ଲବର ସଂଯୋଜିକା ଅଧ୍ୟାପିକା ସୁନୀତା ନନ୍ଦଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମତଦାନ ଏବଂ ଭୋଟର ସଚେତନତା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିନିମନ୍ତେ ଆଜି ଜାତୀୟ ମତଦାତା ଦିବସ ପାଳନ ଅବସରରେ ନିର୍ବାଚନ ସାକ୍ଷରତା କ୍ଲବର ଉଲ୍ଲେଖନୀୟ ସଫଳତା ପାଇଁ ବାଲୁଗାଁ ମହାବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସଂଯୋଜିକା ସୁନୀତା ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି‌.

Spread the love