76

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ପୁଣି ତେଜିଲା ବିବାଦ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ତେଜିଲା ହ୍ୟୁମାନ ମୃତ୍ୟୁ ବିବାଦ। ବଢିଲା ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ସହିତ ସଂପୃକ୍ତ ଗାୟିକାଙ୍କ ଅଡ଼ୁଆ । ଟିଟିଲାଗଡ଼ରେ ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଯୋଗ ଦୋହରାଇଲେ ମାଆ ଶେଫାଳି ସୁନା। ଶେଫାଳି କହିଛନ୍ତି ପୁଅର ମୃତ୍ୟୁ ଦିନ କରିଥିବା ଅଭିଯୋଗ ନିରାଟ ସତ୍ୟ ଥିଲା। ପୁଅ ବିଚ୍ଛେଦରୁ ମୁକୁଳି ପାରିନଥିବାରୁ ଥାନାରେ ଏତଲା ଦେଇ ନାହିଁ। FIR ଦେବି ନା ନାହିଁ ଏଯାଏଁ ଭାବିପାରିନି। ଶେଫାଳିଙ୍କ କଥାକୁ ଶତପ୍ରତିଶତ ସତ ବୋଲି କହିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା । ସେ କହିଛନ୍ତି, ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତ ପ୍ରତିଶତ ଏକମତ । ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ ।

ହ୍ୟୁମାନଙ୍କ ମାଆ ଓ ସ୍ତ୍ରୀଙ୍କ ବୟାନ ପରେ ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ଅଡ଼ୁଆ ଆହୁରି ବଢିଛି । ପୂର୍ବରୁ ଉଭୟଙ୍କ ନାଁରେ ଫ୍ୟାନ ମାନେ ବିଭିନ୍ନ ଥାନାରେ ଏକାଧିକ ଏତଲା କରିଥିଲେ। ଟିଟିଲାଗଡ଼ରେ ଗତକାଲି ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଅନୁଭବ ଭେଟିବା ପରେ ଏଭଳି ବଡ଼ ବୟାନ ଦେଇଥିଲେ ଶେଫାଳି ।

“ହ୍ୟୁମାନ ଅନେକ କଷ୍ଟରେ ଥିଲେ। ମନରେ ବହୁତ କିଛି ଚାପି ରଖିଥିଲେ। ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।” ଅନୁଭବଙ୍କ ଏହି ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଛି।
ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ଦୋହରାଇଛନ୍ତି ଓଲିଉଡ଼ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି।

Spread the love