18

Today’s Gold Price in Odisha: ପୁଣି ଆକାଶ ଛୁଆଁ ସୁନା ଦର!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ଆକାଶ ଛୁଆଁ ସୁନା ଦର | ସୁନା କିଣିବାକୁ ହଜାରେ ଥର ଭାବୁଛନ୍ତି ଗ୍ରାହକ | ଆଜି ଦେବ ସ୍ନାନ ପୂର୍ଣ୍ଣିମାରେ ବୃଦ୍ଧି ପାଇଛି ସୁନା ଦର । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨୦ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୮୨୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୫୮୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ୮୨୦ ସୁନା ଦର ଟଙ୍କା ବୃଦ୍ଧି ପାଇ ୯୮,୪୦୦ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇ, ୮୯,୪୫୦ ଟଙ୍କାରୁ ୯୦,୨୦୦ ଟଙ୍କା ହୋଇଛି।

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୫୮୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨୦ ଟଙ୍କା ବୃଦ୍ଧି ପାଇ ୯୮,୪୦୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇ ୯୦,୨୦୦ ଟଙ୍କା ହୋଇଛି।

Spread the love