31

ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ଏଣିକି ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁଥିରେ କର୍ମଚାରୀ ୧୦ଟା ବେଳେ ଅଫିସ ଆସିବେ ଓ ୫ଟା ୩୦ ପୂର୍ବରୁ ଅଫିସ୍ ଛାଡ଼ି ପାରିବେନି ବୋଲି କଡ଼ା ନିର୍ଦ୍ଦେଶ ରହିଛି । କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟତାମୂଳକ ଭାବେ ଦର୍ଶାଯାଇଛି ।

ଏହାସହ ବାୟୋ-ମେଟ୍ରିକ୍ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ । ଯଦି ବାୟୋମେଟ୍ରିକ ସଠିକ ଭାବେ କାର୍ଯ୍ୟକାର ନହୁଏ, ଅର୍ଥାତ୍ ପ୍ରବେଶ( Punch In) ଓ ପ୍ରସ୍ଥାନ ( Punch Out) ସମୟରେ ବ୍ୟତିକ୍ରମ ଦେଖାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି ।

Spread the love