8

Today’s Gold Price in Odisha: ପୁଣି ଶସ୍ତା ହେଲା ସୁନା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର। ସୁନା କିଣିବା ପୂର୍ବରୁ ଥରେ ନୁହଁ ହଜାରେ ଥର ଚିନ୍ତା କରୁଛନ୍ତି ଗରିବ, ମଧ୍ୟବିତ୍ତ ପରିବାର । ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନା ଦରରେ ହୋଇଛି ପରିବର୍ତ୍ତନ | ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୮୦୦ଟଙ୍କା କମିଛି ।

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮,୬୮୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୮୦୦ଟଙ୍କା ହ୍ରାସ ପାଇବା ସହ ୯୬,୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ୯୦,୪୫୦ଟଙ୍କାରୁ ୮୮,୮୦୦ ଟଙ୍କା ରହିଛି ।ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୮,୬୮୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୧୮୦୦ଟଙ୍କା ହ୍ରାସ ପାଇ ୯୬,୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା୧୬୫୦ ଟଙ୍କା ହ୍ରାସ ୯୦,୪୫୦ଟଙ୍କାରୁ ୮୮,୮୦୦ ଟଙ୍କା ରହିଛି ।

 

Spread the love