26

“ଧାମ” ନୁହେଁ ମନ୍ଦିର: ପୁରୀ ଗଜପତି ମହାରାଜ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିରର ନାମକୁ ‘ଧାମ’ କରିବା ନେଇ ସାରା ରାଜ୍ୟରେ ତେଜୁଛି ବିବାଦ | ଜଗନ୍ନାଥପ୍ରେମୀ, ବୁଦ୍ଧିଜୀବୀ, ରାଜନେତା, ସବୁ ମହଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ହୀନ କାର୍ଯ୍ୟକୁ କଡ଼ା ନିନ୍ଦା କରାଯାଉଥିବା ବେଳେ ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇପାରିବନି ବୋଲି ପ୍ରେସ୍ ରିଲିଜ୍‌ ଜରିଆରେ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ।

ମୁକ୍ତି ମଣ୍ଡପ ମତକୁ ଆଧାର କରି ଗଜପତି ମହାରାଜା କହିଛନ୍ତି, ପୁରୀ ହେଉଛି ମହାପ୍ରଭୁଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରିୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେj ସମର୍ପିତ ନୈବେଦ୍ୟକୁ ‘ମହାପ୍ରସାଦ’ କହିବା ଶାସ୍ତ୍ରସମ୍ମତ ନୁହେଁ ।

 

 

 

Spread the love