30

Today’s Gold Price in Odisha: କାଲି କମିଲା, ଆଜି ପୁଣି ଆକାଶ ଛୁଆଁ ସୁନା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: କାଲି କମିଛି କି ନାଇଁ ଆଜି ଆକାଶ ଛୁଆଁ ସୁନା ଦର । ଗହଣା ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ । ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ ହୋଇନାହିଁ କୌଣସି ପରିବର୍ତ୍ତନ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି । ଅର୍ଥାତ୍ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୫୧୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୫୦ ଟଙ୍କାରେ ବିକ୍ରୟ ହେଉଛି ।

ଗତକାଲି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିଲା । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଥିଲା । କିନ୍ତୁ ଯେଉଁ ହାରରେ ସୁନା ଦାମ୍ ବଢୁଛି, ସେହି ହାରରେ କମୁ ନଥିବାରୁ ସୁନା କିଣିବା କଷ୍ଟକର ହେଉଛି । ଏବେ ଚାଲିଛି ବିବାହ ଋତୁ । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ମଧ୍ୟବିତ୍ତ ପରିବାରକୁ ଭାରି ବାଧୁଛି । ଗରିବଙ୍କ କଥା ତ ନକହିବା ଭଲ । ବାହାଘରରେ ସୁନା କିଣିବା ଜୀବନଯାକର ସଞ୍ଚିତ ପୁଞ୍ଜି ଲଗାଇବା କରିବା ଭଳି ହେଉଛି । ଖାସ୍ ଏଥିପାଇଁ ବିବାହ, ଜନ୍ମଦିନ ଆଦିରେ ସମ୍ପର୍କୀୟଙ୍କୁ ସୁନା ଗହଣା ଉପହାର ଦେବାକୁ ପଛାଉଛନ୍ତି ଲୋକେ ।

Spread the love