127

Gold Price in Odisha: ଖୁସି ଖବର; ପୁଣି ଶସ୍ତା ହେଲା ସୁନା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । ଦିନକୁ ଦିନ ଶସ୍ତା ହେଉଛି ସୁନା। ୩ ଦିନ ହେବ ସୁନା ଦରରେ ବ୍ରେକ ଲାଗିଥିବାର ପରିଲକ୍ଷିତ ହେଉଛି। ଆଜି ପୁଣି ଶସ୍ତା ହୋଇଛି ସୁନା। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୨୦ ଟଙ୍କା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି ।

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ଘଟି ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।

Spread the love