କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ : ମୁମ୍ବାଇ ଆଟାକ୍ ଭଳି ପହଲଗାମରେ ବି ଏକାଥରେ ଏକାଧିକ ସ୍ଥାନରେ ହମଲା ପ୍ଲାନ୍ କରୁଥିଲା କି ପାକିସ୍ତାନ ? NIA ହାତରେ ଲାଗିଛି ଟେରର୍ ପ୍ଲାନିଂର ସାଂଘାତିକ ସତ | ଆତଙ୍କବାଦୀମାନେ ୭ ଦିନ ଆଗରୁ ପହଲଗାମର ୪ଟି ସ୍ଥାନରେ ରେକି କରିଥିଲେ ଏବଂ ୩ଟି ସ୍ଥାନରେ କଡ଼ାକଡ଼ି ସୁରକ୍ଷାକୁ ଦେଖି କେବଳ ବୈସାରନ ଭ୍ୟାଲିକୁ ଆକ୍ରମଣ ପାଇଁ ବାଛିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଗୋଟିଏ ପଟେ NIA ଚିଫ୍ ଆଜି ଆକ୍ରମଣ ସ୍ଥଳକୁ ଯାଇ ତଦନ୍ତ ଅଗ୍ରଗତି ସମୀକ୍ଷା କରିଥିବା ବେଳେ, ଅନ୍ୟପଟେ ପହଲଗାମ୍ ଆତଙ୍କୀମାନେ ଏବେବି ପାକିସ୍ତାନ ଫେରିନପାରି ଦକ୍ଷିଣ କାଶ୍ମୀରରେ ଲୁଚିଥିବା କୁହାଯାଉଛି । ପହଲଗାମରେ ହେବାର ଥିଲା କି ମୁମ୍ବାଇ ଭଳି ବଡ଼ ଆଟାକ୍ ? ଏକାଥରେ ଚାରି ଚାରିଟି ଜାଗାରେ ହୋଇଥାନ୍ତା କି ନରସଂହାର ? ୨୬/୧୧ ମୁମ୍ବାଇ ଆଟାକରେ ତାଜ୍, ଓବରୟ ହୋଟେଲ୍, CST, ଲିଓପାର୍ଡ କାଫେ, ଚାବଡ଼ ହାଉସ୍, ନରିମନ୍ ହାଉସ୍ ସମେତ ବିଭିନ୍ନ ସ୍ଥାନରେ ଏକାଥରେ ଆକ୍ରମଣ କରିଥିଲେ ୧୦ ଆତଙ୍କୀ । ହୁଏତ ପହଲଗାମରେ ବି ଠିକ୍ ସେମିତି ଖତରନାକ୍ ପ୍ଲାନ୍ କରିଥିଲା ପାକିସ୍ତାନ । ବୈସରାନ୍ ଭ୍ୟାଲି ସହ ପହଲଗାମ୍ ର ଅନ୍ୟ ୩ଟି ଜାଗା ବି ଥିଲା ପାକିସ୍ତାନ ଆତଙ୍କୀଙ୍କ ଟାର୍ଗେଟରେ । ଅରୁ ଭ୍ୟାଲି, ଆମ୍ୟୁଜମେଣ୍ଟ ପାର୍କ ଓ ବେତାବ୍ ଭ୍ୟାଲି । ପ୍ରାୟ ୨୦ କିଲୋମିଟର ଅଞ୍ଚଳରେ ଥିବା ଏହି ୪ଟି ଯାକ ଟୁରିଷ୍ଟ ସ୍ପଟରେ ହୁଏତ ଏକାଥରେ ଆଟାକ୍ କରିଥାନ୍ତେ ଆତଙ୍କବାଦୀ ।