42

ବସନ୍ତ ମଞ୍ଜରୀ ହେବ ମେଡିକାଲ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ (ଜିଲ୍ଲା ପ୍ରତିନିଧି – କ୍ରିଷ୍ଣା ଚନ୍ଦ୍ର ଘଡେଇ):
ଦିନିକିଆ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ | ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରି ଦର୍ଶନ କରିବା ପରେ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ |ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସର ଉନ୍ନତି କରିବା ସହ ଏହାକୁ ମେଡିକାଲ କଲେଜ ରେ ପରିଣତ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ | ମେଡିକାଲ କଲେଜ ସମ୍ପର୍କ ରେ ସମସ୍ତ ଦିଗକୁ ନିରୀକ୍ଷଣ କରି ବିଚାର କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିଶୃତି ଦେଇଛନ୍ତି|

ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବାଚସ୍ପତି ତଥା ରଣପୁର ବିଧାୟିକା ଏବଂ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ବସନ୍ତ ମଞ୍ଜରୀ ଚିକିତ୍ସାଳୟ ପହଂଚିବା ପରେ ସ୍ଥାନୀୟ ଅଂଚଳ ବାସୀଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ଚିକିତ୍ସାଳୟ କୁ ପାଛୋଟି ନେଇଥିଲେ |

ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି  ରଣପୁରର ମହାରାଣୀ ସ୍ୱର୍ଗତ ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |

ଏହାପରେ ମନ୍ତ୍ରୀ ଓ ବାଚଷ୍ପତି ସ୍ୱାସ୍ଥ୍ୟ ନିବାସ ପରିସରରେ ଥିବା ଶିଶୁ ରୋଗ ଆଉଟ ଡୋର | ଯକ୍ଷ୍ମା ୱାର୍ଡ ସ୍ତ୍ରୀ ଓ ପ୍ରସୁତି ୱାର୍ଡ ବୁଲି ଦେଖିଥିଲେ |ଏହା ପରେ ସ୍ୱାସ୍ଥ୍ୟ ନିବାସ ପରିସର ରେ ଥିବା ପ୍ରଶାସନିକ ଭଵନ ପରିସରରେ ସ୍ୱାସ୍ଥ୍ୟ ନିବାସର ସମସ୍ୟା ସମର୍କରେ ସମୀକ୍ଷା କରିଥିଲେ|

ଏହି କାର୍ଯ୍ୟକ୍ରମ ରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଅଧିକ୍ଷକ ଡା ତ୍ରିଲୋଚନ ବାରିକ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା ପ୍ରତାପ ଚିନରା, ସୁନାଖଳା ପି ଏଚ ସି ର ମେଡିକାଲ ଅଫିସର ଡା ଜଗଦୀଶ ଜେନା, ପ୍ରମୁଖ ସହଯୋଗ କରିଥିଲେ|

 

Spread the love