88

କାଠଯୋଡ଼ି ଉପରେ ଗଡିବ ମେଟ୍ରୋ, ଘୋଷଣା କଲେ ମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର | ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ପ୍ରକଳ୍ପ ସଂପ୍ରସାରଣ ହେବ ବୋଲି ସେ କହିଛନ୍ତି,। ‘କଟକ ବସ୍ ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ପୂର୍ବ ସରକାର ଅମଳରେ ମେଟ୍ରୋ ଟ୍ରେନର ପରିକଳ୍ପନା କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିରାଟ ରୋଡ୍ ସୋ’ରେ ଯାଇ କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୁର୍ବ ସରକାର ସମୟରେ କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରାଯାଇଥିଲା।ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ପାଲଟା ପଅଶ୍ନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ । ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି ବୋଲି କହିଛନ୍ତି ମନ୍ତ୍ରୀ। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ।

 

 

 

 

Spread the love