38

Gold Price Today: ଖରାଠାରୁ ଅଧିକ ଆଘାତ ଦେଲାଣି ସୁନା ଦର!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଖରାଠାରୁ ଅଧିକ ଆଘାତ ଦେଲାଣି ସୁନା ଦର । ଆଗକୁ ବିବାହ ଋତୁ ଆସୁଥିବା ବେଳେ ପ୍ରତିଦିନ ମହଙ୍ଗା ହେଉଛି ସୁନା | ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା | ବଢୁଥିବା ସୁନାର ଦାମ୍ ଦେଖି ଛାନିଆ ହେଲେଣି ଗ୍ରାହକ। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି । ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ମହଙ୍ଗା ହୋଇଛି ସୁନା ଦର । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ୨୫୦ ଟଙ୍କା ବଢିଛି ।

ଭୁବନେଶ୍ୱରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୯୭,୩୧୦ ଟଙ୍କା ଥିବାବେଳେ ଆଜି ବୃଦ୍ଧି ପାଇ ୯୭,୫୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୮୯,୨୦୦ରୁ ବଢି ୮୯,୪୫୦ ଟଙ୍କା ହୋଇଯାଇଛି । ୧୮ କ୍ୟାରେଟ୍ ସୁନା ୨୧୦ ଟଙ୍କା ବଢି ୭୨,୯୮୦ ଟଙ୍କାରୁ ୭୩,୧୯୦ ଟଙ୍କା ରହିଛି । ଏମିତି ଯଦି ଦାମ୍ ବଢିଚାଲେ, ତାହେଲେ ସୁନା ଲକ୍ଷେ ଡେଇଁବା ବେଶୀ ଦୂର ନୁହେଁ ।

Spread the love