48

ଓଡ଼ିଆଙ୍କ ଜନମାନସରେ ଚିରସ୍ମରଣୀୟ ହୋଇରହିବେ ପଦ୍ମଭୂଷଣ ରମାକାନ୍ତ ରଥ: ସମୀର ମହାନ୍ତି

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ପରଲୋକରେ ଓଡ଼ିଆ ସାହିତ୍ୟ ଜଗତରେ ଅପୁରଣୀୟ କ୍ଷତି ହୋଇଛି । ସେ ଜଣେ ଦକ୍ଷ ପ୍ରଶାସକ ହେବା ସହ ଜଣେ ସୁନାମଧନ୍ୟ କବି ଥିଲେ । ଓଡ଼ିଆ କବିତାକୁ ଆନ୍ତଜାର୍ତୀୟସ୍ତରକୁ ପହଂଚାଇବାରେ ତାଙ୍କର ଅବଦାନ ଅତୁଳଳୀୟ । ସେ ଓଡ଼ିଆ ଅସ୍ମିତାର ପ୍ରତୀକ ଥିଲେ ବୋଲି କହିଲେ ଅତୁକ୍ତି ହେବ ନାହିଁ । ତାଙ୍କ ଦ୍ୱାରା ରଚିତ ଅନେକ କାଳଜୟୀ କବିତା ଓଡ଼ିଆଙ୍କ ଜନମାନସରେ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି  ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି |

ଭୁବନେଶ୍ୱର ଖାରବେଳନଗରସ୍ଥିତ ସ୍ୱର୍ଗତ ରଥଙ୍କ ବାସଭବନରେ ତାଙ୍କ ପ୍ରାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶା ଆଜି ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା । ସ୍ୱର୍ଗତ ରଥଙ୍କ କବିତା ସଙ୍କଳନଗୁଡ଼ିକ ୮ଟି ଭାଷାରେ ଅନୁବାଦିିତ ହୋଇଛି । ଓଡ଼ିଆ ଭାଷା ଓ ଜାତିର ବୌଦ୍ଧିକତାକୁ ସାରା ଭାରତରେ ସ୍ୱୀକୃତି ଲାଭ କରାଇବାରେ ସ୍ୱର୍ଗତ ରଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସ୍ୱର୍ଗତ ରଥଙ୍କ ଦିଂବଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ମହାନ୍ତି ସମବେଦନା ଜଣାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ବରିଷ୍ଠ ନେତା ସୁଦୀପ୍ତ ରାୟ, ସତ୍ୟବ୍ରତ ପଣ୍ଡା, ସୁରଥ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ସୁଜିତ କୁମାସ ଓ ଜୟନ୍ତ କୁମାର ଜେନା ସ୍ୱର୍ଗତ ରଥଙ୍କ ପ୍ରାର୍ôଥବ ଶରୀରର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Spread the love