35

ବିଶ୍ୱ ମହିଳା ଦିବସ ଅବସରରେ ପଦଯାତ୍ରା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆଜି ସାରା ବିଶ୍ୱ ପାଳୁଛି ଆନ୍ତର୍ଜାତୀୟ ମହିଳା ଦିବସ | ଏହି ପରିପ୍ରେକ୍ଷୀରେ ସନାତନୀ ଜେଶରୀୟା ହିନ୍ଦୁ ବାହିନୀ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ମହିଳା ଓ କନ୍ୟାଙ୍କ ସ୍ବାଧିକାର, ସମାନତା ଓ ସଶକ୍ତିକରଣ ଉପରେ ବହୁ ମହିଳାମାନେ ଓ କୁନିକୁନି ବାଳିକାମାନେ ବିଭିନ୍ନ ବେଶଧରି ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଁଟିନ ଆଇ ଲଭ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ମାଷ୍ଟର କ୍ୟାଁଟିନ ଠାରେ ପଦଯାତ୍ରା ର ଶେଷ କାର୍ଯ୍ୟକ୍ରମ ରେ ମଧୁରମୟୀ ସେବାଶ୍ରମ ର ଦିବ୍ୟାଙ୍ଗ ବାଳିକାମାନେ ନୃତ୍ୟ ପରିବେଷଣ କରିଥିଲେ । ସମାଜସେବୀ ବିନ୍ଦୁଜା ଉପାଧ୍ୟାୟଙ୍କ ପରିଚାଳନାରେ ସମାଜସେବୀ ନିବେଦିତା ଶତପଥୀ, ବନ୍ଦନା ହରିଚନ୍ଦନ, ନିରାଜାଲକ୍ଷ୍ମୀ ମହାପାତ୍ର ଓ ସଂଗଠନ ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ , ରାଜ୍ୟ ସଭାପତି ସନ୍ତୋଷ କୁମାର ଭୋଳ, ମାର୍ଗଦର୍ଶକ ପ୍ରଦ୍ୟୁମ୍ନ କୁମାର ଦାସ, ପ୍ରତିମା ବାରିକ, ଅଲଫା ରାୟ, ଅଶୋକ ଗଣ୍ଠିଆ, ରାଜୀବ ମିଶ୍ର, ସାର୍ଥକ ମହାପାତ୍ର, ସାନ୍ତୁନୁ ଦାସ ଓ ପ୍ରବୀର ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love