180

୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆଜି ମା’ ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି |

ରାଜ୍ୟର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ ଦେଇ ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କରାଯାଇଛି। ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ସରକାର ଆଜି ଡିବିଟି ଜରିଆରେ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ଯୋଗାଇଦେଇଛନ୍ତି, ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି। ଏହି ଯୋଜନା ରାଜ୍ଯର ମାତୃଶକ୍ତିଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୋର ବିଶ୍ବାସ ସମସ୍ତ ହିତାଧିକାରୀ ନିଜକୁ ଦକ୍ଷ କରିବା ସହ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ, ଯାହା ଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ। ‘ବିକଶିତ ଓଡ଼ିଶା’ ପାଇଁ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହା ମା’ମାନଙ୍କ ଉଦ୍ୟମ ଏବଂ ଯୋଗଦାନରେ ନିଶ୍ଚୟ ସଫଳ ହେବ, ଏଥିପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ।

Spread the love