37

ଠିକ ନଥିଲା 5T ରୂପାନ୍ତରିକରଣ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ୧୦ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ | ତା ସହ ବିଭିନ୍ନ ବିଭାଗର ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର | କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

5T ଯୋଜନାରେ ସ୍କୁଲ ରୂପାନ୍ତରିକରଣ ସଠିକ ନଥିଲା । ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ୍‌ ହୋଇ ନ ଥିଲା । ତେଣୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାଁରେ ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ନିଆଯାଇଛି। ଏବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତମାନଙ୍କରେ ହେବ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ । ମୋଟ ୬୭୯୪ଟି ପଞ୍ଚାୟତରେ ଏପରି ଫିଡର ସ୍କୁଲ୍‌ ଚିହ୍ନଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଷୋଡ଼ଶ ଅର୍ଥ କମିଶନଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ମଧ୍ୟ ହେବ। ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ୧୨,୫୬,୧୪୮ କୋଟି ଦାବି କରାଯିବ ନେଇ ମୁଖ୍ୟମନ୍ତ୍ର ସୂଚନା ଦେଇଛନ୍ତି । ଏହି ଅର୍ଥ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ । ଏନେଇ ଆଜି କ୍ୟାବିନେଟ୍ ରେ ପ୍ରସ୍ତାବ ପାରିତ ହୋଇଛି ।

 

 

Spread the love