52

ଦିଲ୍ଲୀ ବୈଠକ ପରେ ବଡ଼ ନିଷ୍ପତି, ରାଜ୍ୟ ସଭାପତି ହେବେ ପଞ୍ଚାନନ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ଯ ବିଜେପି ମଙ୍ଗୁଆଳ ନେଇ ଚାଲିଛି ଅଙ୍କକଶା। କିଏ ହେବେ ରାଜ୍ୟ ବିଜେପିର ମୁଖିଆ, ଦିଲ୍ଲୀ ବୈଠକ ପରେ ମନମୋହନଙ୍କ ଛାତିରେ ଛନକା। ପଞ୍ଚାନନଙ୍କୁ ନେଇ ବଢ଼ିଲା ଅଧିକ ଚର୍ଚ୍ଚା। ୨୦ ପରେ ରାଜ୍ୟ ବିଜେପିରେ ହୋଇପାରେ ବଡ ପରିବର୍ତ୍ତନ। ରାଜ୍ଯ ବିଜେପିକୁ ମିଳିବ ନୂଆ ମୁଖିଆ। ଦିଲ୍ଲୀରେ ସରିଛି ବଡ ବୈଠକ। ରାଜ୍ଯ ମୁଖିଆ ଦୌଡ଼ରେ ଅଛନ୍ତି ତିନି ହେବି ୱେଟ୍ ନେତା। ମନମୋହନ ସାମଲ, ପଞ୍ଚାନନ ରାଉତ, ସମୀର ମହାନ୍ତିଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ରାଜ୍ୟ ସଭାପତି ପଦ। ରାଜ୍ଯ ସଭାପତି ପଦ ପୁନଃ ପାଇବେ ନାଁ ଭକୁଆ ହୋଇ ରହିଯିବେ ତାକୁ ନେଇ ମନମୋହନ ସାମଲଙ୍କ ଛାତିରେ ଛନକା ପସିଥିବା ଚର୍ଚ୍ଚା ହେଉଛି। ମନମୋହନଙ୍କ ପାଇଁ ରାଜ୍ୟରେ ବିଜେପି ପ୍ରଥମଥର ସରକାର ଗଢ଼ିଥିବାରୁ ତାଙ୍କ ପ୍ରତି କିଛି ସମର୍ଥନ ରହୁଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ରାଜନୈତିକ ବିଫଳତା ତାଙ୍କ ପାଇଁ ବାଧା ସୃଷ୍ଟି କରିବ ବୋଲି କୁହାଯାଉଛି। ମନମୋହନ ନିଜ ଦମରେ କୌଣସି ଗୋଟିଏ ନିର୍ବାଚନ ଜିତି ପାରିନଥିବା ବେଳେ ଏଥି ପାଇଁ ତାଙ୍କୁ ପୁନଃ ସଭାପତି କରିବାକୁ ବଡ ନେତା ଚାହୁଁ ନଥିବା ଚର୍ଚ୍ଚା ହେଉଛି।

ତୃଣମୂଳ କର୍ମୀ ମଧ୍ୟ ମନମୋହନଙ୍କ ଉପରେ ଖୁସି ନଥିବା ଚର୍ଚ୍ଚା ହେଉଛି। ମନମୋହନଙ୍କ ରେକର୍ଡ କହୁଛି ସେ ସଭାପତି ଭାବେ ସଫଳ ହୋଇଥିଲେ ମଧ୍ୟ ୯ ଥର ତାଙ୍କୁ ବିଭିନ୍ନ ନିର୍ବାଚନରେ ସାଙ୍ଘାତିକ ହାରର ସାମ୍ନା କରିବାକୁ ପଡିଛି। ଖାଲି ସେତିକି ନୁହେଁ ଦଳରେ ଗୋଷ୍ଠୀ ସଂଘର୍ଷ ମନମୋହନଙ୍କ ସମୟରେ ଅଧିକ ରହିଥିବା କୁହାଯାଉଛି। ମନମୋହନଙ୍କୁ ଯଦି ପୁଣି ରାଜ୍ୟସଭା ପଦ ମିଳେ ତେବେ ଦଳପାଇଁ ବିପଦ ରହିଛି ବୋଲି କୁହାଯାଉଛି। ଅନ୍ୟପଟେ ପଞ୍ଚାନନଙ୍କ ପ୍ରତି ଦଳରୁ ଅହେତୁକ ସମର୍ଥନ ମିଳୁଥିବା ବେଳେ ସଂଖ୍ୟାଧିକ ଭୋଟ ତାଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହାସହ ପଞ୍ଚାନନଙ୍କୁ ସଂଘର ସମର୍ଥନ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି। ଦଳକୁ ବାନ୍ଧି ରଖିବାରେ ପଞ୍ଚାନନ ସବୁଠୁ ବେଷ୍ଟ ଚୟେସ ହୋଇ ପାରନ୍ତି ବୋଲି କୁହାଯାଉଛି। ପଞ୍ଚାନନ ସଭାପତି ହେଲେ ଦଳକୁ ବାନ୍ଧି ରଖିବା ସହ ବିଜେପିର ସ୍ଥିତି ମଜଭୁତ କରିବେ ବୋଲି କୁହାଯାଉଛି। ସେପଟେ ସମୀର ମହାନ୍ତି ଓ ଗୋଲଖଙ୍କୁ ନେଇ ଡବଲ ଗେମ୍ ଖେଳୁଛନ୍ତି ଧର୍ମେନ୍ଦ୍ର। ନିଜ ହାତରେ ବିଜେପି ସଂଗଠନକୁ ରଖି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର ବୋଲି କୁହାଯାଉଛି। ଏହି ଦୁଇ ନେତା ସଭାପତି ହେଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳି ପରନ୍ତି ବୋଲି କୁହାଯାଉଛି। ଦିଲ୍ଲୀରେ ଏନେଇ ବୈଠକ ସାରିଥିବା ବେଳେ ଜଣଙ୍କ ନାଁରେ ମୋହର ବାଜି ସାରିଥିବା କଥା କୁହାଯାଉଛି। ଜିଲ୍ଳା ସଭାପତି ଦିନେ କି ଦୁଇଦିନ ଭିତରେ ଘୋଷଣା ହେବାକୁ ଥିବା ବେଳେ ୨୦ ପରେ ରାଜ୍ୟ ସଭାପତି ବଛା ହେବେ ବୋଲି କୁହାଯାଉଛି। ତେବେ ମୋହନଙ୍କ ସମର୍ଥନ ମଧ୍ୟ ନୂଆ ଚେହେରା ପାଇଁ ରହିଥିବା କୁହାଯାଉଛି। ତେବେ ଦେଖାଯାଉ ରାଜ୍ଯ ବିଜେପି ସଭାପତି ପଦ କାହାକୁ ଶୋଭା ଦେଉଛି?

Spread the love