କର୍ତବ୍ୟ ନ୍ୟୁଜ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ନେଇ ଆସିଲା ବଡ଼ ସୂଚନା। ୧୨ ତାରିଖ ସଂଧ୍ୟା ଯାଏ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ । ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ। ଏମିତିକି ଛାତ୍ରଛାତ୍ରୀ ମଧ୍ୟ ଯାଇ ମାଗଣାରେ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ୟପଟେ ଆଜି ଉଦଯାପିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ। ଏଥିରେ ଯୋଗ ଦେବାକୁ ଜନତା ମୈଦାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କୁ ସମ୍ମେଳନ ସ୍ଥଳରେ ତାଙ୍କୁ ସ୍ବାଗତ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଏତିକି ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
71