130

ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୮ ତାରିଖରେ ହେବାକୁ ଥିବା ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ରହିଛି ସୂଚନା ।

ଆସନ୍ତା ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ରାଜଧାନୀ କାନ୍ଥବାଡ଼କୁ ନୂଆ ରଙ୍ଗ ଦେବା ସହ ବିଭିନ୍ନ ଚିତ୍ର ଅଙ୍କନ କରାଯାଉଛି । ଭୁବନେଶ୍ବର ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ଚାଲିଛି । ପ୍ରବାସୀ ଭାରତୀୟ ଦିବସକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆସନ୍ତା ୬ ତାରିଖରେ ଓଡିଶାରେ ଆସି ପହଞ୍ଚିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୮ରେ ଏସ୍. ଜୟଶଙ୍କର ଯୋଗଦେବେ। ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ୭ହଜାରରୁ ଅଧିକ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବେ।

 

Spread the love