କର୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନାର ପରାକ୍ରମ ଡେମୋର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହୋଇଛି ନୌସେନା ଦିବସ । ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଛନ୍ତି ଏହି ଉଶ୍ଚବରେ । ପୁରୀ ବେଳାଭୂମିରେ ସୃଷ୍ଟି ହେଉଛି ଯୁଦ୍ଧର ଭ୍ରମ । ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର ।
ଚଳିତ ବର୍ଷର ଥିମ୍ ରହିଛି “Strength and Power through Innovation and Indigenisation,”। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ଦେଖିବାକୁ ମିଳିଛି ।
68