153

ଫସଲ ନଷ୍ଟ କରୁଛନ୍ତି ହାତୀ, ଚିନ୍ତାରେ ଚାଷୀ !

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଅଭାବ ଦେଖା ଦେବାରେ ଲାଗିଛି | ଖାଦ୍ୟ ଅଭାବ ଯୋଗୁଁ ହାତୀ ପଲ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି | ହାତୀ ପଲ ଗାଁ ମୁହାଁ ହୋଇ ବ୍ୟାପକ ଧାନ ଫସଲ ନଷ୍ଟ ଭଷ୍ଟ କରିବାରେ ଲାଗିଛନ୍ତି | କିଛି ଦିନ ହେଲା ଟାଙ୍ଗୀ ରେଞ୍ଜ ର ସାହାଡ଼ା ଜଙ୍ଗଲରେ ଡେରା ପକାଇଥିବା ୪ ଟିକିଆ ହାତୀ ପଲ ଜଙ୍ଗଲରୁ ବାହାରି ମୟୁର ଝାଲିଆ ଗାଁ ନିକଟରେ ଆତଙ୍କ ମଚାଇଥିଲେ | ଧାନ ଫସଲ ପାଚିବା ସମୟ ହୋଇଥିବା ଯୋଗୁଁ ଧାନ କିଆରୀରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ ପଲ | ଏତେ ବଡ଼ ହାତୀ ପଲଙ୍କ ପାଦରେ ଦଳି ମକଚି ନଷ୍ଟ ହୋଇଛି ଚାଷୀଙ୍କ ପରିଶ୍ରମ |

ଚାଷୀ ମାନଙ୍କର ଧାନ ଫସଲ ନଷ୍ଟ ଯୋଗୁଁ ଚାଷୀ ମାନେ ଏବେ ଚିନ୍ତାରେ | କିଭଳି ଚଳିବେ ବର୍ଷ ଯାକ ସମୟ | ଏପରିକି ଲୋକେ ଏକାଠି ହୋଇ ହାତୀ ପଲ କୁ ଘଉଡ଼ାଇବା ସମୟରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି ହାତୀ ପଲ | ଲୋକେ ଜୀବନ ବିକଳରେ ଦଉଡି ଦଉଡି ଜୀବନ ବଞ୍ଚାଇ ବାରେ ସମର୍ଥ ହେଉଥିବା ଦେଖିବାକୁ ମିଳିଛି | ତେଣୁ ବନ ବିଭାଗ ନିକଟରେ ହାତୀ ପଲକୁ ପଟିଆ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା | ତେବେ ବନ ବିଭାଗ ଏ ଦିଗରେ କେତେ ତାତ୍ପରତାର ସହ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା |

Spread the love