26

 ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକିଶିତ ହେବାରେ ଲାଗିଛି । ବିଜେପି ଏକାକୀ ରାଜ୍ୟରେ ପ୍ର୍ରଥମ ଥର ଲାଗି ସରକାର ଗଠନ କରିବା ପରେ ମୋଦି୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ରାଜଭବନକୁ ଯିବେ ଏବଂ ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ। ସେଠାରେ ଉପସ୍ଥିତ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା ପରେ ତାଙ୍କ ସହ ରାତ୍ରଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୁଚନା ଦେଇଛନ୍ତି ।

ଦ୍ୱିତୀୟ ଦିନ ଅର୍ଥାତ ୩୦ ତାରିଖ ଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବେ । ଡିସେମ୍ବର ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ସାମଲ ସୁଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆଜି ସାମଲଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ଅନେକ ପ୍ରମୁଖ ନେତୃବୃନ୍ଦ ଦଳୀୟ କାର୍ଯ୍ୟାଳୟରେ ପହଂଚି ଭିତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଛନ୍ତି ।

Spread the love