124

ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ବିଜେଡି ସରକାର!

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ବିଜେଡି ସରକାର । ସୁନ୍ଦରଗଡ଼ର ଏକ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ନେଇ ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଜିଲ୍ଲାରେ ରହିଥିବା ଖଣିଜ ପାଣ୍ଠି ଅନୁଦାନରେ ବିକାଶ ନାଁରେ ବିଜେଡି ନେତାମାନେ ବିନାଶ କରିଥିଲେ । ଜିଲ୍ଲାର ବିକାଶ ପାଇଁ ମୁଁ ଲଢୁଥିବାରୁ ମୋତେ ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଥିଲା । ବିଧାନସଭାରେ ଏବଂ ବିଧାନସଭା ବାହାରେ ଲଢେଇ କରୁଥିବାରୁ ମୋତେ ବୋମା ପକାଇ ଉଡାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ବିଜେଡି ସରକାର ତେବେ ଭଗବାନଙ୍କ ପାଇଁ ମୁଁ ବଂଚିଯାଇଥିଲି ଏବଂ ଆଜି ଆପଣଙ୍କ ସାମ୍ନାରେ ଠିଆ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ଵ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ଭଗବାନ ମୋତେ ବଂଚାଇଥିଲେ । ଆଉ ଅ।ଜି ସେହି ସୁଯୋଗ ମିଳିଛି । ଏଣୁ କେନ୍ଦ୍ର ଓ ରାଜ୍ୟର ସହଯୋଗରେ ସୁନ୍ଦରଗଡ଼ ଓ କେନ୍ଦୁଝରର ବହୁ ଉନ୍ନତି ହେବ । ଏଠାରୁ ମିଳୁଥିବା ରାଜସ୍ଵରେ ବହୁତ କିଛି ଉନ୍ନତି ହୋଇପାରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

 

Spread the love