ଭୁବନେଶ୍ୱର: ପୁଣି ସୁନାର ଦରରେ ହେଲା ପରିବର୍ତ୍ତନ। ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦାମ୍ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୪୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୮୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୮,୨୮୦ ଟଙ୍କା ରହିଛି । ସୂଚନା ଅନୁସାରେ ଗତକାଲି ଦିଲ୍ଲୀ ଓ ସାରା ଦେଶରେ ୭୨ ହଜାର ୧୫୦ ଟଙ୍କାରେ ବିକ୍ରି ହୋଇଥିଲା। ବଜାର ଉପରେ ଏବେ ଟ୍ରମ୍ପ ଫ୍ୟାକଟର ପ୍ରଭାବ ପଡ଼ିଥିବାରୁ ଅର୍ଥନୀତି ବିଶେଷଜ୍ଞଙ୍କ ଆଶା, ଆସନ୍ତା ମାସେ ଦୁଇ ମାସ ଯାଏଁ ସୁନା ଦରରେ ଆହୁରି ସୁଧାର ଆସିପାରେ। ଉଭୟ ୨୨ ଏବଂ ୨୪ କ୍ୟାରେଟ ସୁନାରେ ୩ରୁ ୫ ପ୍ରତିଶତ ଦର ହ୍ରାସ ପାଇପାରେ ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।