89

କିଏ ପିନ୍ଧିବ ହ୍ୱାଇଟ ହାଉସ ବିଜୟ ମୁକୁଟ !

କର୍ତବ୍ୟ ବ୍ୟୁରୋ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ସ୍ପଷ୍ଟ ହେବ କିଏ ପିନ୍ଧିବ ହ୍ୱାଇଟ ହାଉସ ବିଜୟ ମୁକୁଟ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ବଂଶଦ୍ଭବ କମଲା ହାରିସ୍‌ଙ୍କ ମଧ୍ୟରେ ହେଉଛି କଡ଼୍ଡା ଟକ୍କର। ଏହି ନିର୍ବାଚନ ଉପରେ ସାରା ବିଶ୍ବର ନିଜର । ଡେମୋକ୍ରାଟିକ୍ ପାର୍ଟିରୁ ଭାରତୀୟ ବଂଶୋଦ୍ଭବ କମଲା ହାରିସ ପ୍ରାର୍ଥୀ ହୋଇଥିବାବେଳେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିଏ ଗଡ଼଼ ଜିତିବ ସେ ନେଇ ଆଜି ଠାରୁ ତର୍ଜମା। ନିର୍ବାଚନ ପାଇଁ ଆମେରିକା ଏବେ ଚଳଞ୍ଚଚଳ । ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ଉଭୟ ପ୍ରାର୍ଥୀ ନିଜର ସ୍ଥିତି ବଜାୟ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଦେଖିବାକୁ ବାକି ରହିଲା କାହା ଝୁଲାକୁ ଯିବ ଭୋଟ। ରାଜନୀତିର ଦୃଶ୍ୟପଟ୍ଟ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତନ ହୁଏ, ଏକଥାକୁ ଅସ୍ବୀକାର କହିହେବନି। ଭୋଟିଂର ଠିକ୍‌ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ନିଜ ନିଜ ସପକ୍ଷରେ ଜୋର୍‌ଦାର ପ୍ରଚାର କରିଛନ୍ତି। ନିର୍ବାଚନ ଫଳାଫଳକୁ ରିଗିଂ କରାଯିବାର ସମ୍ଭାବନା ରହିଛି ବୋଲି ଟ୍ରମ୍ପ ତାଙ୍କ ପ୍ରତ୍ୟେକ ପ୍ରଚାର ରାଲିରେ ଭାଷଣ ଦେଉଛନ୍ତି। ଏପରିକି ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଯଦି ପରାଜିତ ହୁଅନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିବାରୁ ଭୋଟରଙ୍କ ଚିନ୍ତା ବଢ଼ିଯାଇଛି। ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପ୍‌ଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ ସୃଷ୍ଟି କରାଯାଇପାରେ। ହିଂସାକାଣ୍ଡ ଘଟିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅତୀତରେ ମଧ୍ୟ ଏଭଳି ଘଟଣା ହୋଇଛି, ଯାହା ଆଶଙ୍କାକୁ ବଳବତ୍ତର କରୁଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଟ୍ରମ୍ପଙ୍କ ସପକ୍ଷରେ ଯାଇ ନ ଥିଲା। ସେ ତତ୍କାଳୀନ ଡେମୋକ୍ରାଟ ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କଠାରୁ ପରାଜିତ ହୋଇଥିଲେ। ସେତେବେଳେ ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାର ଯଥେଷ୍ଟ ପୂର୍ବରୁ ହ୍ବାଇଟ ହାଉସରେ ଥିବା ଟ୍ରମ୍ପ ନିଜକୁ ବିଜେତା ଘୋଷଣା କରିଦେଇଥିଲେ। କିନ୍ତୁ ପୂରା ଫଳାଫଳ ଆସିବା ପରେ ସେ ପରାଜିତ ହୋଇଥିଲେ। ଏ ନେଇ ଟ୍ରମ୍ପ ଆଇନଗତ ଲଢ଼େଇର ଆଶ୍ରୟ ନେଇଥିଲେ। ଏଥର ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିପାରେ। ସମ୍ଭବତଃ ସେ ହାରିଲେ ପୁଣି ସେଇ ସମାନ ଢ଼ଙ୍ଗରେ ଆରୋପ କରିପାରନ୍ତି।

Spread the love