କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ । ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ । ରୁଷିଆର କଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ, ଚୀନ୍ ଏବଂ ରୁଷିଆ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଇଛନ୍ତି, ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତରେ, ଯେ ଯୁଦ୍ଧ, ବିବାଦ, ଅର୍ଥନୈତିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଇତ୍ୟାଦି ଅନେକ ଚ୍ୟାଲେଞ୍ଜ ଆମକୁ ଘେରି ରହିଛି। ବିଶ୍ୱରେ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ବିଭାଜନ ବିଷୟରେ ଆଲୋଚନା ହେଉଛି । ମୁଦ୍ରାସ୍ଫୀତି ରୋକିବା, ଖାଦ୍ୟ ନିରାପତ୍ତା, ଶକ୍ତି ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ନିରାପତ୍ତା ସବୁ ଦେଶ ପାଇଁ ପ୍ରାଥମିକ ବିଷୟ ଅଟେ। ଟେକ୍ନୋଲୋଜି ଯୁଗରେ, ସାଇବର ସୁରକ୍ଷା, ଡିପ୍ ଫେକ୍, ବିଚ୍ଛିନ୍ନତା ଭଳି ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମୁକାବିଲା କରିବ ବ୍ରିକ୍ସ ସଂଗଠନ ।
ବିଶ୍ୱ ସାମ୍ନାରେ ବ୍ରିକ୍ସ ଏକ ନୂଆ ଉଦାହରଣ ସୃଷ୍ଟି କରିବ ।ମିଳିତ ଜାତିସଂଘ ସୁରକ୍ଷା ପରିଷଦ, ବହୁପକ୍ଷୀୟ ବିକାଶ ବ୍ୟାଙ୍କ, ବିଶ୍ୱ ବାଣିଜ୍ୟ ସଂଗଠନ ପରି ବିଶ୍ୱ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା ପାଇଁ ବ୍ରିକ୍ସ ଠିକ୍ ସମୟରେ ଆଗକୁ ବଢ଼ିବା ଉଚିତ୍। ଏଥିସହ ସମସ୍ତ ପ୍ଲାଟଫର୍ମକୁ ନେଇ ସଂଳାପ, ସହଯୋଗ ଏବଂ ସମନ୍ୱୟର ଏକ ଉଦାହରଣ ସୃଷ୍ଟି କରିବୁ ଏହି ପରିପ୍ରେକ୍ଷୀରେ, ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତ ସର୍ବଦା ନିଜର ଦାୟିତ୍ବ ପୂରଣ କରିବ ବୋଲି ମୋଦୀ କହିଛନ୍ତି।
ଅନ୍ୟପଟେ ନାଟୋ ସହ ଯୋଡି ହୋଇଥିବା ଆମେରିକାର ମୁଣ୍ଡବିନ୍ଧା ଆରମ୍ଭ କରିଦେଇଛି ବ୍ରିକ୍ସ । ଯଦି ଆଗାମୀ ଦିନରେ ବ୍ରିକ୍ସ ସଙ୍ଗଠନରେ ଯୋଡି ହୋଇଥିବର ଦେଶ ଭାରତ -ଚୀନ – ଋଷିଆ-ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଦେଶମାନେ ମିଳିତ ଭାବେ କରିଥିବା ଯୋଜନା ଅନୂଯାୟୀ କାର୍ଯ୍ୟ କରନ୍ତି, ତେବେ ଆମେରିକା ସହ ନାଟୋରେ ଯୋଡି ହୋଇଥିବା ଅନ୍ୟ ଦେଶଗୁଡିକ ପାଇଁ ଏହା ବଡ ଚିନ୍ତାର କାରଣ ପାଲଟି ପାରେ । କାରଣ ଭାରତ –ଋଷିଆ-ଚାଇନା ଭଳି ତିନି ତିନୋଟି ମହାଶକ୍ତିର ମିଳନ, ବିଶ୍ୱର ବଡ ପରିବ୍ର୍ତନର ଆଣିପାରେ ।