106

ବାତ୍ୟା ଦାନା ଯିବା ପରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

କର୍ତବ୍ୟ ନ୍ୟୁଜ ବ୍ୟୁରୋ: ଫୁସକି ଗଲା ବାତ୍ୟା ‘ଦାନା’, ଫେରୁଛି ଘୁର୍ନି ଆନ୍ନା | ବାତ୍ୟା ପ୍ରଭାବରେ ଆଜି ଦିନ ତମାମ ଭିଜୁଛି ଅଧା ଓଡ଼ିଶା। ୯ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଶୁକ୍ରବାର ଏବଂ ଶନିବାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ । ରବିବାରଠାରୁ ପାଗ ଫିଟିବା ସମ୍ଭାବନା ରହିଛି | ବାତ୍ୟା ପ୍ରକୋପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି  । ଅଧିକାଂଶ ସ୍ଥାନରେ ମଧ୍ୟ ବର୍ତମାନ ବର୍ଷା ଲାଗି ରହିଛି  । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିଲିମିଟରରୁ ୨୦୦ ମିମି ଯାଏଁ) ବର୍ଷା ହୋଇପାରେ । ଏପରିକି ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

ବାତ୍ୟା ଦାନା ଯିବା ପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି । ସମ୍ଭବତଃ ଆସନ୍ତା ନଭେମ୍ବର ୫/୬ ତାରିଖବେଳକୁ ଉତ୍ତର ଆରବ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗର ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନରେ ଏହି ସୂଚନା ଦିଆଯାଇଛି ।

Spread the love