128

ଲ୍ୟାଣ୍ଡଫଲ ପରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ !

କର୍ତବ୍ୟ ବ୍ୟୁରୋ:  ଲ୍ୟାଣ୍ଡଫଲ ହୋଇଛି ବାତ୍ୟା ଦାନା । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ଆଲର୍ଟ । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ |  ଅନ୍ୟପଟେ ବାତ୍ୟା ଜନିତ ଏବଂ ତା’ପରବର୍ତ୍ତୀ ବର୍ଷାରେ ୧୬ ଜିଲ୍ଲାକୁ ଏବେ ଦେଖାଦେଇଛି ଫ୍ଲାସ୍ ଫ୍ଲଡ ଆଶଙ୍କା। ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଆଇଏମଡି ପକ୍ଷରୁ ଏନେଇ ଦିଆଯାଇଛି ସୂଚନା।

Spread the love