79

୨୩ ରାତି ସୁଦ୍ଧା ସମସ୍ତଙ୍କୁ ସ୍ଥାନାନ୍ତର କରାଯିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି  । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ସବୁ ରିଲିଫ୍ ସେଣ୍ଟରରେ ରହିବେ ମହିଳା ପୋଲିସ  । ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି । ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି । ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପରାମର୍ଶ ଦିଆଯାଇଛି । ୨୩ ରାତି ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ଓଡ୍ରାଫ, NDRF ମୁତୟନ କରାଯାଇଛି । ରେଡ୍ ଆଲର୍ଟ ଜିଲ୍ଲାରେ ଅଧିକ NDRF ଓ ଓଡ୍ରାଫ୍ ଟିମ୍ ରହିବେ । ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବ୍ୟବହାର କରାଯିବ । ଆଉ ଅଧିକ NDRF ଟିମ୍ ଆସି ପହଞ୍ଚିବା ପାଇଁ ଆଲୋଚନା କରାଯାଇଛୀ । ଲୋକଙ୍କ ପାଖରେ ବିଭାଗୀୟ ଅଧିକାରୀ ପହଞ୍ଚିଲେଣି । ଜଳ ସମ୍ପଦ ବିଭାଗ ସବୁ ଡ୍ୟାମ୍ ଉପରେ ନଜର ରଖିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love