ସୁନ୍ଦରଗଡ: ରାଉରକେଲା ସହରରେ ବେଧଡକ ଭାବରେ ଚାଲିଥିଲା ନକଲି ଆଇସକ୍ରିମ କମ୍ପାନୀ । ଆଜି ରାଉରକେଲା ମ୍ୟୁନିସିପାଲଟି ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ଆଇସକ୍ରିମ କୁ ଜବତ କରିବା ସହିତ ବେଆଇନ କମ୍ପାନୀ କୁ ସିଜ୍ କରିଛି । ରାଉରକେଲା ସହରର ଜେଲ ରୋଡ ଠାରେ ଥିବା ଶିଳ୍ପାଞ୍ଚଳରେ ବେଆଇନ ଭାବରେ ଚାଲିଥିଲା ରେନବୋ ଆଇସକ୍ରିମ କମ୍ପାନୀ l ପ୍ରଭାତ କୁମାର ସାହୁଙ୍କ ମାଲିକାନାରେ ଥିବା ଏହି କମ୍ପାନୀ ଭିତରେ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଥିଲା ଆଇସକ୍ରିମ ପ୍ରସ୍ତୁତି । ବିନା ଲାଇସେନ୍ସ ରେ ବେଧଡକ ଭାବରେ ଚାଲିଥିବା ଏହି କମ୍ପାନୀ ରେ ଶସ୍ତା ମାନର ସାମଗ୍ରୀ ବ୍ୟବହାର କରି ମଇଳା ପାଣିରେ ପ୍ରସ୍ତୁତ ହେଉଥିଲା ଆଇସକ୍ରିମ । ଏହି ଆଇସକ୍ରିମ ରେ କୌଣସି manufacturing date ବା expairy date ନଥିବା ବେଳେ RMC ପାଖରୁ ବାରମ୍ବାର ଚେତାବନୀ ସତ୍ତ୍ୱେ ନିୟମକୁ ବେଖାତିର କରି ଚାଲିଥିଲା କମ୍ପାନୀ । ଆଜି ରାଉରକେଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏକ ଦଶ ଜଣିଆ ଦଳ ଅଚାନକ ଚଢ଼ାଉ କରି ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ ଆଇସକ୍ରିମ ସହିତ ବିଭିନ୍ନ ସାମଗ୍ରୀ କୁ ଜବତ କରି କମ୍ପାନୀ କୁ ସିଜ କରାଯାଇଛି । ସେଥିରୁ କିଛି ଆଇସକ୍ରିମ ଓ ପ୍ରସ୍ତୁତ ସାମଗ୍ରୀର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । RMC ର ଏହି ପଦକ୍ଷେପ ପ୍ରସଂଶଯୋଗ୍ୟ କୁହାଯାଉଛି । ତେବେ ଏବେ ସଜ ସଜ ଦୁର୍ଗା ପୂଜା ଯାଇଥିବା ବେଳେ ଏହି ନକଲି ଆଇସକ୍ରିମ ଅନେକ ମେଳାରେ ଖୁଲମ୍ ଖୁଲା ବିକ୍ରି ହେଉଥିଲା । ଛୋଟ ଛୋଟ ଛୁଆଙ୍କ ସମେତ ଅନେକ ଲୋକେ ଏହି ଆଇସକ୍ରିମ ଖାଇଥିବେ | ଯଦି ଏହି ପଦକ୍ଷେପ ଆଉ ଶୀଘ୍ର ନିଆଯାଇଥନ୍ତା ତେବେ ଏହି ନକଲି ଆଇସକ୍ରିମ କୁ ରୋକା ଯାଇପାରିଥାନ୍ତା ବୋଲି ସାଧାରଣ ରେ ଚର୍ଚା ହେଉଛି
38