ରାଉରକେଲା: ୪ ବର୍ଷ ର ଛୁଆ କୁ ଆଖିରେ ପଟି ହାତ ବାନ୍ଧିବା ପରେ କୂଅ ରେ ଫିଙ୍ଗିଦେଲା ସାବତ ମା। ସୂଚନା ମୁତାବକ ଜଳଡା ଅଞ୍ଚଳରେ ଘଟିଥିବା ଏକ ନୃଶ୍ୟ ହତ୍ୟା କାଣ୍ଡ ଜିଲ୍ଲା ବ୍ୟାପି ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ରଘୁନାଥ ପାଲ୍ଲୀ ଥାନା ପୋଲିସ ଉକ୍ତ ସାବତ ମା ନାଉରୀ ଗୁଡ଼ିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ ଜଲ୍ଡ଼ା C ବ୍ଲକ ଅଞ୍ଚଳରେ ରହୁଥିବା ଫ୍ରାନ୍ସିସ ଗୁଡିଆ ଙ୍କ ପ୍ରଥମ ପତ୍ନୀ ଙ୍କ ମୃତ୍ୟୁ ପରେ ସେ ନାଉରୀ ଗୁଡୀଆ କୁ ଦୁତୀୟ ଵିଵାହ କରିଥିଲେ। ତେବେ ପ୍ରଥମ ପତ୍ନୀଙ୍କ ଏକ ୪ ବର୍ଷ ର ଶିଶୁ ପୁତ୍ର ଥିଲା | ପ୍ରଥମ ଘର ସଂସାର ଠିକ ଠାକ୍ ଥିଲା। ତେବେ ପୂର୍ବ ରୁ ବିବାହ କରିଥିବା ସ୍ତ୍ରୀ ଙ୍କ ପୁଅ କୁ ବାପା ଫ୍ରାନ୍ସସିସ ଅଧିକ ଭଲ ପାଉଥିବା ବେଳେ ତାଙ୍କର ଦୂତୀୟ ସ୍ତ୍ରୀ ସାବତ ମା ତାଙ୍କର ସ୍ବାମୀ କାମକୁ ଯାଇଥିବା ବେଳେ ମୌକା ଦେଖୀ ୪ ବର୍ଷୀୟା ଶିଶୁ କୁ ନିକଟସ୍ଥ କୂଅ ରେ ବାନ୍ଧି ଫିଙ୍ଗିଦେଇଥିଲା। ଆଉ ଶିଶୁ କୁଆଡେ ଗଲା କହି କାହାଣୀ ରଚୁଥିଲା । ତେବେ ଅଭିଯୁକ୍ତ ନାଉରୀ ଗୁଡ଼ିୟା ର ଏକ ମାସର ଶିଶୁ ଥିବା ଜଣା ପଡିଛି।
89