ଭୁବନେଶ୍ୱର: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା | ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁ ବେଳେ ଚର୍ଚାରେ ଥାନ୍ତି ପ୍ରିୟଙ୍କା । ତେବେ କ୍ୟାରିୟର ଆରମ୍ଭରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଯାହା ବିଷୟରେ ସେ ଅନେକ ସାକ୍ଷାତକାରରେ କହିଛନ୍ତି । ତେବେ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାମ ଅନେକ ବଲିଉଡ ଅଭିନେତାଙ୍କ ସହ ଜଡିତ ହେବା ଆରମ୍ଭ କରିଥିଲା । ସାହିଦ କପୁର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ଅନେକ ଚଳଚ୍ଚିତ୍ରରେ କାମ ମଧ୍ୟ କରିଛନ୍ତି। ଫିଲ୍ମ ସର୍କଲରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ ସାହିଦଙ୍କୁ ନେଇ ପ୍ରିୟଙ୍କା ଚୋପ୍ରା ଏବଂ କରୀନା କପୁରଙ୍କର ମଧ୍ୟ ବହୁତ ଝଗଡା ହୋଇଥିଲା। କିନ୍ତୁ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏହା ପଛର ପ୍ରକୃତ ସତ କହିଥିଲେ। କିଛି ବର୍ଷ ପୂର୍ବେ ପ୍ରିୟଙ୍କା ଚୋପ୍ରା ‘ଆପ୍ କି ଅଦାଲତ’ରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସାହିଦ କପୁରଙ୍କ ବିଷୟରେ ତାଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। କରୀନା କପୁରଙ୍କ ସହ ହୋଇଥିବା ଝଗଡା ବିଷୟରେ ପ୍ରିୟଙ୍କା କହିଥିଲେ ଯେ ଏହା କେବେ ହୋଇ ନଥିଲା।
ପ୍ରିୟଙ୍କା ଚୋପ୍ରାଙ୍କୁ ପଚରାଯାଇଥିଲା ଯେ ଆପଣ କେଉଁଠି ସୁଟିଂ କରୁଥିଲେ , ଏହି ସମୟ ମଧ୍ୟରେ କରୀନା କପୁର ବି ସେଠାକୁ ଆସିଥିଲେ ଏବଂ ତୁମେ ତାଙ୍କୁ ୩-୪ ଘଣ୍ଟା ଅପେକ୍ଷା କରାଇଥିଲ କି? ଏହା ଉପରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ମୁଁ ଏବଂ କରୀନା କପୁର ଅଧ ଘଣ୍ଟା ଧରି ବସି କଥାବାର୍ତ୍ତା କରୁଥିଲୁ। ପରେ କରିନାଙ୍କୁ କହିଲି ତମେ ଜଲଦି ଚାଲି ଯାଅ, ମୋର ପ୍ରଡକ୍ସନ୍ ରେ ସମୟ ଲାଗିବ, ତା’ପରେ ସେ ଘରକୁ ଯାଇଥିଲେ, ପରଦିନ ସକାଳେ ଫେରିଲେ ।
ଯେତେବେଳେ ତାଙ୍କୁ ପଚରାଗଲା ଯେ ସାହିଦ କପୁରଙ୍କ ନାମ କାହିଁକି ନେଲେ ନାହିଁ । ସେତେବେଳେ ସେ ପ୍ରଥମେ ଭାବିବା ଆରମ୍ଭ କଲେ ଏବଂ ପରେ ଉତ୍ତର ଦେଲେ। କହିଲେ ‘କାମିନେ’ର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପ୍ରିୟଙ୍କା ଏବଂ ସହିଦ କପୁର ପରସ୍ପରକୁ ଡେଟ କରୁଛନ୍ତି ବୋଲି ମଝିରେ ବହୁତ ଚର୍ଚା ହେଉଥିଲା |