110

ଯୈାତୁକ ଜୁଇରେ ଲିଭିଗଲା ତନୟାଙ୍କ ଜୀବନ ଦୀପ

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ନବବଧୁକୁ ଯୈାତୁକ ଜନିତ ନିର୍ଯ୍ୟାତନା ପରେ ହତ୍ୟା ର ଅଭିଯୋଗ | ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସେରପୁର ଗ୍ରାମର ଶରତ ନାୟକଙ୍କ  କନ୍ୟା କ୍ଷୀରାଦ୍ଧି ତନୟା ନାୟକ | ଚାନ୍ଦବାଲି ପାଞ୍ଚପଡା ଗ୍ରାମର ସୁବାସ ସାହୁଙ୍କ ପୁଅ ରତିରଞ୍ଜନ ସାହୁଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ । ବାବୁ ରତିରଞ୍ଜନ ଉପରେ ଚିକ୍କଣ ଦେଖାଯାଉଥିବା ବେଳେ ଭିତରେ ବାବୁ ଆମର ଯୈାତୁକ ପାଇଁ ରାକ୍ଷାସ ପାଲଟି ଯାଇଥିଲେ । ବିବାହ ପରେ ତନୟା ସଂସାର କ’ଣ ବୁଝିପାରି ନଥିବାବେଳେ ରତିରଞ୍ଜନଙ୍କ ମିଠା ମିଠା କଥା ଓ ଭଲପାଇବାରେ  ସଂସାର ଠିକ୍ ଠାକ୍ ଥିଲା । ବିବାହ ବାର୍ଷିକ ଯେତେ ବଢି ଚାଲିଥିଲା ରତିରଞ୍ଜନଙ୍କ ପରିବାରରେ ଆରମ୍ଭ ହୋଇଯାଇଥିଲା ଯୈାତୁକ ନିର୍ଯ୍ୟାତନା । ବିବାହର କିଛି ମାସ ପରେ ରତିରଞ୍ଜନ ଙ୍କ ପାଖରେ କ୍ଷୀରାଦ୍ଧି ତନୟା ଙ୍କ ପ୍ରତି ନା ଥିଲା ପ୍ରେମ ନା ଭଲପାଇବା | ଥିଲା ଖାଲି ଯୈାତୁକ ନେବାର ନିଶା । ଯୈାତୁକ ନେବା ଓ ନିର୍ଯ୍ୟାତନା ଦେବା ଏତେ ମାତ୍ରାରେ ବଢିଲା ଯେ ତନୟାଙ୍କ କୋଳରେ ଶିଶୁ କନ୍ୟା ଥାଇ ମଧ୍ୟ ଲିଭିଗଲା ତନୟା ଙ୍କ ଜୀବନ ଦୀପ । ଏହି ଘଟଣାରେ କ୍ଷୀରାଦ୍ଧି ତନୟା ଙ୍କ ବାପଘର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଓ ଟିମ୍ ଏହାର ତଦନ୍ତ ଜାରି ରଖିଛନ୍ତି । ଅଭିଯୋଗ ଅନୁସାରେ ନ୍ୟାୟ ଅପେକ୍ଷାରେ ତନୟା ଙ୍କ ବାପଘର ପରିବାର । ଦେଖିବାକୁ ବାକି ରହିଲା ତଦନ୍ତର ଦିଗ କେଉଁ ଆଡେ ଯାଉଛି ।

Spread the love