77

ବିବାହ କରି ଛୁଆର ଯତ୍ନ ନେଲେ ମିଳିବ ବେଲ

ଭୁବନେଶ୍ୱର: ବିବାହ କରି ଛୁଆର ନିଅ ଯତ୍ନ, ତେବେ ଯାଇ ମିଳିବ ବେଲ୍ । କୋର୍ଟଙ୍କ ଏପରି ନିର୍ଦ୍ଦେଶ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ଦୁଷ୍କର୍ମ ଅଭିଯୁକ୍ତକୁ ଏଭଳି କିଛି ନିଆରା ନିର୍ଦ୍ଦେଶ ଦେଲେ କୋର୍ଟ | ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜେଲରୁ ମୁକ୍ତ ହେବା ପରେ ପୀଡ଼ିତାଙ୍କୁ ବିବାହ କରିବା ସହ ସେମାନଙ୍କ ନବଜାତ ଶିଶୁର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରି ଏକ ନିଆରା ସର୍ତ୍ତ ବଦଳରେ ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ସୂଚନା ଅନୁସାରେ, ଜଣେ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରୁଥିଲେ କୋର୍ଟ । ଏହା ସହ ନବଜାତ ଛୁଆ ପାଇଁ ଭବିଷ୍ୟତରେ ଦୁଇ ଲକ୍ଷ ଟଙ୍କାର ଜମାପୁଞ୍ଜି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ କୃଷ୍ଣ ପହଲ । ଅଭିଯୁକ୍ତ ଜଣକ ହେଲେ ଅଭିଷେକ । ଜେଲରୁ ମୁକ୍ତ ହେବାର ତିନି ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହ ଆଗାମୀ ଛଅ ମାସ ମଧ୍ୟରେ ପୀଡ଼ିତାଙ୍କ ନବଜାତ ଶିଶୁ ନାଁରେ ୨ ଲକ୍ଷ ଟଙ୍କା ଜମା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଅଭିଯୁକ୍ତ ଅଭିଷେକ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା ।

Spread the love