30

ଯୁବକ ର ମୃତ୍ୟୁ କୁ ନେଇ ସନ୍ଦେହ !

ନବରଙ୍ଗପୁର: ଯୁବକର ମୃତ୍ୟୁ କୁ ନେଇ ସନ୍ଦେହ | ଗ୍ରାମବାସୀ ଏହାକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି | ଅପର ପକ୍ଷେ ସୁବଳ ର ସ୍ତ୍ରୀ ଚଞ୍ଚଳା ମହନ୍ତ ଙ୍କ କହିବା ଅନୁସାରେ ସୁବଳଙ୍କର କରେଣ୍ଟ ଆଘାତରେ ମୃତ୍ୟୁ ଘଟିଛି | ଘଟଣାର ତଦନ୍ତ ଜାରି ରଖିଛି ପୋଲିସ

ସୂଚନା ଅନୁସାରେ ନବରଂଗପୁତ୍ର ଜିଲ୍ଲା ଝରୀଗାଁ ଥାନା ଅନ୍ତର୍ଗତ ଚଟାଗୁଡା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା | ସୋମବାର ରାତି ସାଢେ ଗୋଟାଏ ସମୟରେ ବୋହୁ ଚଞ୍ଚଳାର ଚିତ୍କାର ଶୁଣି ମୃତକ ସୁବଳ ମହନ୍ତଙ୍କ ବାପା ଏବଂ ପରିବାର ଲୋକେ ସୁବଳନ୍କ ଘର ନିକଟରେ ପହଂଚିଥିଲେ | ପହଂଚିବା ବେଳକୁ ସୁବଳ ଘର ମଧ୍ୟରେ ଦରମରା ହୋଇ ଗୁରୁତର ଅବସ୍ଥାରେ ପଡି ରହିଥିଲେ | ତେଣୁ ତୁରନ୍ତ ତାଙ୍କ ସମ୍ପର୍କୀୟ ଙ୍କୁ ଜଣାଇ ଆମ୍ବୁଲାନ୍ସ ଯୋଗେ ଉମରକୋଟ ମେଡିକାଲ କୁ ନିଆଯାଇଥିଲା ସୁବଳଙ୍କୁ | ତେବେ ଡାକ୍ତରଖାନରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା |

ପ୍ରକାଶ ଥାଉକି ମୃତ ସୁବଳଙ୍କ ଗଳାରେ ଗଭୀର ଆଘାତ ଲାଗିଥିବା କାରଣରୁ ଏହାକୁ ନେଇ ଗ୍ରାମବାସୀ ଏବଂ ସୁବଳର ମା ବାପା ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି | ତେବେ ଘଟଣା ସ୍ଥଳରେ ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର ଏବଂ ଝରୀଗାଁ ଥାନା ଅଧିକାରୀ ତପନ କୁମାର ପତି ପହଂଚି ଏହାର ତଦନ୍ତ ଜାରି ରଖିଛନ୍ତି ।

Spread the love