102

ଶାରଦୀୟ ସାରସ୍ୱତ ମହୋତ୍ସବ ପାଳିତ

ଖୋର୍ଦ୍ଧା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ଦଶହରା ପଡିଆରେ ଇଛାପୁର ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ ଓ ବଡକୁଳ ପ୍ରଗତିଶୀଳ ସୃଜନୀ ସଂସଦର ମିଳିତ ଆନୁକୂଲ୍ୟରେ ଉଭୟ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ଶାରଦୀୟ ସାରସ୍ୱତ ମହୋତ୍ସବ -୨୦୨୪ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦର ସଭାପତି ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ରୂପେ ପରିପ୍ରକାଶର ସମ୍ପାଦକ ପ୍ରଦୋଷ କୁମାର ଦାସ ଓ ମୁଖ୍ୟବକ୍ତା ଭାବେ ପ୍ରଗତିଶୀଳ ସୃଜନୀ ସଂସଦ, ବଡକୁଳର ସଭାପତି ଭିକାରୀ ଚରଣ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ନାଚୁଣୀସ୍ଥିତ ଟ୍ୱିଟି ବାର୍ଡ ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସୁରେଶ କୁମାର ଦାଶ ଓ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୁଳମଣି ବାରିକଙ୍କ ସମେତ ଅକ୍ରୁର ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ସୁବଳ ମହାରଣା, ଭରତ ସ୍ୱାଇଁ, ବିଜୟ ସ୍ବାଇଁ, ମୋଚିରାମ ପ୍ରଧାନ, ଆଦିକନ୍ଦ ଖୁଣ୍ଟିଆ ଓ ମାଟିଆ ବେହେରା ଯୋଗ ଇଥିଲେ ।ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଞ୍ଚଟି ଗ୍ରୁପରେ ପୃଥକ ଭାବେ ବକ୍ତୃତା, କୁଇଜ଼, ଆବୃତ୍ତି, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ବିଚାରକ ରୂପେ ସୁଧାକର ସ୍ବାଇଁ, କନ୍ଧ ମହାନ୍ତି, ବିଚିତ୍ର ସ୍ୱାଇଁ, ଦୁଃଶାସନ ମହାରଣା, କେଳୁଚରଣ ସ୍ବାଇଁ, ପୂର୍ଣଚନ୍ଦ୍ର ସ୍ବାଇଁ, ସଦାନନ୍ଦ ସ୍ବାଇଁ, ବର୍ଷା ସ୍ବାଇଁ, ଲିପି ସ୍ବାଇଁ ଓ ପୂର୍ଣଚନ୍ଦ୍ର ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ । ସମ୍ପାଦକ ଶ୍ରୀ ସ୍ବାଇଁଙ୍କ ରଚନା ଏବଂ ଶିକ୍ଷକ କୁଳମଣି ବାରିକଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ଛାତ୍ରୀମାନେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।ଛାତ୍ରୀମାନେ ବାଲ୍ୟ ବିବାହ ପ୍ରସଙ୍ଗ ଉପରେ ନାଟକ ପରିବେଷଣ କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଗ୍ରାମର ଯୁବକ ସଞ୍ଜୟ ମହାରଣା, ବୁଲୁ ଖୁଣ୍ଟିଆ, ଆଲୋକ ଖୁଣ୍ଟିଆ ଓ ତପୁ ପ୍ରଧାନ ସହଯୋଗ କରିଥିଲେ । ପରିଶେଷରେ ସମାଜସେବୀ ଶରତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love