ଭୁବନେଶ୍ୱର: ପାର୍ବଣ ପାଇଁ ଉତ୍ସବ ମୁଖର ହୋଇଛି ରାଜଧାନୀ | ଦୁର୍ଗାପୂଜା ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ନିକଟରେ ସିକ୍ୟୁ୍ୱର ଇଭେଣ୍ଟସ ପକ୍ଷରୁ ଆୟୋଜିତ ହୋଇଛି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ “ଦାଣ୍ଡିଆ ସେଲେବ୍ରେସନ” | ଉକ୍ତ କାର୍ଯ୍ୟକ୍ରମର ଉଦଘାଟନରେ ଭାରତୀୟ ଜନତା ପାର୍ଟି ର ବରିଷ୍ଟ ନେତା ଜଗନ୍ନାଥ ପ୍ରଧାନ ଏବଂ ଜୟଦେବ ବିହାର ଅଞ୍ଚଳର କର୍ପୋରେଟର ବନ୍ଦିତା ଅତିଥି ଭାବେ ଯୋଗ ଦେଇଛନ୍ତି |
ତେବେ ପ୍ରଥମ ଦିନରେ ଦାଣ୍ଡିଆ ଖେଳିବା ପାଇଁ ଏହି କାର୍ଯ୍ୟକ୍ରମରେ ଲୋକଙ୍କ ଜବରଦସ୍ତ ଭିଡ଼ ଦେଖିବାକୁ ମିଳିଛି | ଗୀତର ତାଳେ ତାଳେ ଅତି ସୁନ୍ଦର ଭାବେ ନାଚି ଗାଇ ଏ କାର୍ଯ୍ୟକ୍ରମକୁ ରାଜଧାନୀ ବାସୀ ଉପଭୋଗ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମ ରେ ମନୋରଞ୍ଜନ ପାଇଁ ମଧ୍ୟ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଉଛି | ତେବେ ଏ କାର୍ଯ୍ୟକ୍ରମ ଦଶହରା ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି |