33

ମନ୍ଦିର ପାଖରେ ମଦ ଦୋକାନକୁ କିଏ ଦେଉଛି ପ୍ରୋତ୍ସାହନ

ଭଦ୍ରକ: ଚାନ୍ଦବାଲି ମା ଦଖିଣେଶ୍ୱରି କାଳି ମନ୍ଦିର କୁ ଲାଗି ମାତ୍ର କିଛି ଦୁରରେ ଏକ ସରକାରୀ ଠିପିବନ୍ଦ ମଦ ଦୋକାନ ରହିଛି , ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଭିଯୋଗ କରି ଆସୁଥିବା ବେଳେ ଏହାକୁ ଘଣ୍ଟ ଘୋଡାଉଛି ଜିଲ୍ଲା ଅବକାରୀ ବିଭାଗ।ପୂର୍ବ ସୁଚନା ମୁତାବକ ଚାନ୍ଦବାଲି କାଳି ମନ୍ଦିର ଜାତୀୟ ରାତପଥ କଡରେ ଏକ ସରକାରୀ ସିକୃତି ପ୍ରାପ୍ତ ମଦ ଦୋକାନ ସମସ୍ତ ସରକାରୀ ନିୟମ କୁ ଉଲଙ୍ଘନ କରି ଆସୁଛି ସବୁଜାଣି ନଜାଣିବାର ଅଭିନୟ କରୁଛି ଜିଲ୍ଲା ଓ ବ୍ଲକ ଅବକାରୀ ବିଭାଗ।ସରକାରଙ୍କ ନିର୍ଦ୍ଦେଶ ମନ୍ଦିର ,ସ୍କୁଲ, ମୁଖ୍ୟ ରାଜପଥ ଠାରୁ ୩୦୦ମିଟର ଦୁରରେ ସରକାରୀ ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଉଳଙ୍ଗନ କରିଛି ମା ଦଖିଣେଶ୍ୱରି କାଳି ମନ୍ଦିର ପାଖ ସରକାରୀ ମଦ ଦୋକାନ।ପ୍ରତେକ ଦିନ ଭକ୍ତ, ରାସ୍ତା ଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଏବଂ ପଥଚାରି ମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ସହିତ ଆକ୍ରମଣର ଶିକାର ହେଉଛନ୍ତି।ଏନେଇ ଅଞ୍ଚଳ ବାସି ଅନେକ ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିଶୃତି ଦେଇ ଠକି ଦେଉଛି ଜିଲ୍ଲା ଅବକାରୀ ବିଭାଗ।ଚାନ୍ଦବାଲି ବାସିଙ୍କ ଅଭିଯୋଗ ଭଦ୍ରକ ଜିଲ୍ଲାପାଳ ଏ ଘଟଣାର ତଦନ୍ତ କରି ଉକ୍ତ ମଦ ଦୋକାନ କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି କରିଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ର ନୀରବତା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି |

Spread the love