ଖୋର୍ଦ୍ଧା: ସାରା ରାଜ୍ୟରେ ୬ ମାସର ଦରମା ପାଇ ନଥିବା ପ୍ରତିବାଦରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ ରାଜ ରାସ୍ତାରେ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବରୁଣେଇ ମନ୍ଦିର ଠାରୁ ଶୋଭାଯାତ୍ରା ରେ ବାହାରି ଚିଲିକା ବ୍ଲକ ବିଡ଼ିଓ ହଳଧର ସବରଙ୍କୁ ଦେଇଛନ୍ତି ଦାବି ପତ୍ର | ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୦୦ ରୁ ଅଧିକ ମହିଳା ସିଆରପି, କୃଷିମିତ୍ର , ବ୍ୟାଙ୍କ ମିତ୍ର, ଏମବିକେ ଆଦି କର୍ମକର୍ତ୍ତା | ପୂର୍ବ ରାଜ୍ୟ ସରକାର ଗ୍ରାମାଞଳର ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ କାହିଁରେ କେତେ ଯୋଜନା କରିଥିଲେ | ସେହି ଯୋଜନା ଗୁଡିକୁ ସଫଳ କରିବା ପାଇଁ ଗ୍ରାମାଞ୍ଚଳରେ ଦକ୍ଷ ନଥିପତ୍ର ପରିଚାଳିକା, କୃଷିମିତ୍ର, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, ସିଆରପି ଆଦି ପଦବୀରେ ମହିଳା ମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିଥିଲେ | ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ମହିଳା ମାନେ ସୁଚାରୁ ରୂପେ ଦରମା ପାଇଁ ଦାୟିତ୍ୱ ନିର୍ବାହ କରୁଥିଲେ । ହେଲେ ନୂତନ ସରକାର ଆସିବା ପରେ ଏହି ମହିଳା କର୍ମୀ ମାନଙ୍କର ଦରମା ମିଳିନାହିଁ | ଏହା ସହ ଏମାନଙ୍କୁ କରାଯାଉଛି ଅଣଦେଖା । ସେଥିପାଇଁ ଏହି ମହିଳା କର୍ମୀ ମାନେ ଓହ୍ଲାଇ ଆସିଛନ୍ତି ଆନ୍ଦୋଳନକୁ । ସରକାର ଦାବି ନଶୁଣିଲେ କରିବେ କଲମ ଛାଡ଼ ଆନ୍ଦୋଳନ । ଏବେ ବ୍ଲକ ସ୍ତରରେ ଦାବିପତ୍ର ଦିଆଯାଇଥିବା ବେଳେ ପରବର୍ତୀ ସମୟରେ ଜିଲା ସ୍ତରରେ ଦିଆଯିବ ବୋଲି ସୂଚନା ମିଳିଛି । ଯଦି ସରକାର ମହିଳା ମାନଙ୍କ କଥା ନ ଶୁଣନ୍ତି ନିଶ୍ଚିତ ଭାବେ ଭୁବନେଶ୍ୱର ଠାରେ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ସଙ୍ଘ |
129