61

ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ ବିଜେପି

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ |ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି। ଦେଶରେ ୫ ହଜାର ପାର୍ଟି ରହିଛନ୍ତି। ସେଥିମଧ୍ୟରୁ ୫୦ ହେଉଛନ୍ତି ସକ୍ରିୟ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ମୁସଲମାନ୍ ଭଉଣୀଙ୍କୁ ତିନି ତଲାକ୍ ସମସ୍ୟାରୁ ମୁକ୍ତି ଦେଇଛନ୍ତି।

ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ଏବେ ସେଠାରେ ନିର୍ବାଚନ ହେଉଛି। ଏହା ସହିତ ଭାରତ ପ୍ରଗତି ପଥରେ ଅଗ୍ରସର ହୋଇଛି | ଏହା ସହିତ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନ ନେଇ କହିଛନ୍ତି ଯେ, ସେ ଦୁଇ ଭାଇଭଉଣୀ କେବଳ ଦରଦାମ୍ ବୃଦ୍ଧି ଏବଂ ବେକାରୀ ସମସ୍ୟା କଥା କହୁଛନ୍ତି। ସେମାନଙ୍କ ପାଖରେ କହିବାକୁ ଅନ୍ୟ କିଛି ପ୍ରସଙ୍ଗ ନାହିଁ। ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ। ୨ ସେପ୍ଟେମ୍ବରରୁ ଇତି ମଧ୍ୟରେ ବିଜେପିର ସଦସ୍ୟତା ଅଭିଯାନରେ ୬ କୋଟି ଲୋକ ସାମିଲ ହେଲେଣି। ନଡ୍ଡା ଟିଏମସି ଏବଂ ଆପ୍ ଉପ‌ରେ ମଧ୍ୟ ବ‌ର୍ଷିଛନ୍ତି। କହିଛନ୍ତି ସେମାନେ ପଶ୍ଚିମବଙ୍ଗରେ ଲଢୁଛନ୍ତି କିନ୍ତୁ ଦିଲ୍ଲୀରେ ଏକାଠି ହୋଇଛନ୍ତି।

Spread the love