89

ଖଣି ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଚୋରା ଚାଲାଣ |

ନବରଙ୍ଗପୁର: ଦିନ କୁ ଦିନ ଖଣିଜ ସମ୍ପଦ କୁ କ୍ଷୟ କରିବାରେ ଲାଗିଛନ୍ତି କିଛି ମୁନାଫାଖୋର | ନିଜ ଫାଇଦା ଉଠାଇବା କୁ ହେଲେ ମନ୍ଦିର ଓ ମନ୍ତ୍ରୀ ଙ୍କ ଆଡରେ ଖଣିଜ ସମ୍ପଦ ର ଦୁରୁପଯୋଗ କରୁଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ | ଉକ୍ତ ବ୍ଲକ ରେ କିଛି ବାଲି ମାଫିଆ ନଦୀ ଗୁଡିକରେ କୁତ୍ରିମ ରାସ୍ତା ନିର୍ମାଣ କରି ବିନା ତହସିଲଦାର ଙ୍କ ଅନୁମତି ରେ ବାଲି ଚାଲାଣ କରୁଥିବା ଦେଖିବାକୁ ମିଳିଛି | ବାରମ୍ବାର ଅଭିଯୋଗ କରିବା ସତ୍ୱେ ଖଣି ବିଭାଗ ନିରବ ସାଜିଥିବା ଦେଖିବାକୁ ମିଳିଛି | ସୂଚନା ଅନୁଯାଇ ବେହେଡା ନଦୀରେ ଦିନକୁ ଦିନ ବାଲି ଚାଲାଣ ହେଉଥିବା ବେଳେ ଖଣି ବିଭାଗ ନିରବ ସାଜିଛି | ତହସିଲଦାରଙ୍କୁ ପଚାରିବାରୁ ବର୍ତମାନ ନିୟମ ବଦଳି ଯାଇଛି ବାଲି ଚାଲାଣ ହେଉ କିମ୍ବା ମୁରୁମ ପଥର ଏସବୁ ଚାଲାଣ ରେ ଖଣି ବିଭାଗ ଦେଖ ରେଖ କରିବ ବୋଲି କହିଛନ୍ତି, ସେପଟେ ସ୍ଥାନୀୟ ଆର ଆଇ ଙ୍କୁ ପଚାରିବାରୁ ଉକ୍ତ ବାଲି ଗୁଡିକ ମନ୍ତ୍ରୀ ଙ୍କ ଲୋକ ନେଉଛନ୍ତି ଏବଂ ମନ୍ତ୍ରୀ ମନ୍ଦିର ନିର୍ମାଣରେ ସେହି ବାଲିର ବ୍ୟବହାର କରୁଛନ୍ତି ବୋଲି କହୁଛନ୍ତି | ଏଠି ମନ୍ତ୍ରୀ ଙ୍କ ନାମ ଆସିବାରୁ ସବୁ ମାଫ ହୋଇଗଲା | ଏକ୍ଷେତ୍ର ରେ ଯଦି କେହି ଗରିବ ଲୋକ ନିଜ ଘର କାମରେ ବାଲି ନିଅନ୍ତି ତେବେ ପ୍ରଶାସନ ତୁରନ୍ତ ବାଲି ସହ ଗାଡି ଜବତ କରିଦିଅନ୍ତି କିମ୍ବା ଜୋରିମାନା ନିଅନ୍ତି | ଏହି ବାଲି ଚାଲାଣ ବିଷୟରେ ବାରମ୍ବାର ଖଣି ବିଭାଗୀୟ ଅଧିକାରୀଙ୍କୁ ଜଣେଇବା ସତ୍ୱେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି | ଏଥିରୁ ସ୍ପଷ୍ଟ ହେଉଛି ଯେ ବାଲି ମାଫିଆ ଓ ଖଣି ବିଭାଗ ର ମଧୁଚନ୍ଦ୍ରିକା ଓ ମନ୍ତ୍ରୀ ଙ୍କ କାମର ନାମ ନେଇ ବାଲି ଚାଲାଣ ଚାଲିଛି | ଖଣି ବିଭାଗ ଉମରକୋଟ ରେ ନ ଥିବାରୁ ଏଠାରେ ବାଲି ମାଫିଆ ସକ୍ରିୟ ହୋଇ ରହିଛନ୍ତି |

Spread the love