ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଏବେ ରାଜ୍ୟରେ ରହିଛି ୧୧ଟି ମେଡିକାଲ କଲେଜ| ତାଳଚେର ଓ କନ୍ଧମାଳ ଭଳି ଜିଲ୍ଲାରେ ନିର୍ମାଣଧୀନ ରହିଛି ଦୁଇଟି ମେଡ଼ିକାଲ କଲେଜ । ତାହା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେଡିକାଲ କଲେଜ ଏବଂ ଅଧ୍ୟାପକ ନିଯୁକ୍ତି ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ବ୍ୟବସ୍ଥା କରୁଛି ବୋଲି କହିଛନ୍ତି ମୁକେଶ । ସେପଟେ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି ନେଇ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଅବସରପ୍ରାପ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢ଼ାଇବା ନିମନ୍ତେ ଯୋଜନା କରାଯାଉଛି । ଏନେଇ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ହେବ ।
96