120

ଘର ଘର ବୁଲି ଭୋଟ ଭିକ୍ଷା କଲେ ସରପଞ୍ଚ ପ୍ରାର୍ଥନୀ

ଭୁବନେଶ୍ୱର: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ନିର୍ବାଚନ ପାଇଁ ଆଜି ସରପଞ୍ଚ ପ୍ରାର୍ଥନୀ ବାସନ୍ତି ଖଟୁଆଙ୍କ ତ୍ରିଲେଚନପୁର ସ୍ଥିତ ବାସଭବନରୁ ନିଜ ସ୍ୱର୍ଗତ ସ୍ୱାମୀ ସଞ୍ଜୟ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ୱାମୀଙ୍କ ଆଶ୍ରୀବାଦ ନେଇ ତ୍ରିଲୋଚନପୁର ସ୍ଥିତ ବାସଭବନରୁ ନିଜ ସମର୍ଥକମାନଙ୍କ ସହିତ ମିଶି । ଏକ ପଦ ଯାତ୍ରାରେ ବାହାରି ପୁସିଙ୍ଗ କାର୍ଡ ଧରି ଘରଘର ବୁଲି ମାଛ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତଙ୍କ ନିକଟରେ ନିବେଦନ କରିଥିଲେ। ଏହି ପ୍ରଚାର କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି ନିଜେ ମଧ୍ୟ ବାସନ୍ତି ଖଟୁଆଙ୍କ ପାଇଁ ତ୍ରିଲୋଚନପୁର ଭୋଟର ଭାଇ ଭଉଣୀ ମାନଙ୍କୁ ମାଛ ଚିହ୍ନରେ ଭେଟ ଦେଇ ଶ୍ରୀମତୀ ଖଟୁଆଙ୍କୁ ଜିତାଇ ଦେବା ସହିତ ଆଗାମୀ ଦିନରେ ଅଞ୍ଚର ସମସ୍ୟା ରାସ୍ତା ଘାଟ,ପାନୀୟ ଜଳ ଶିକ୍ଷା ସ୍ୱାସ୍ଥ୍ୟ ବେକାରୀ ସମସ୍ୟା ସବୁ ଦୂରିକରଣ ହେବ ବେଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ନୃସିଂହ ସାହୁ କହିଥିଲେ କି ସଞ୍ଜୟ ସ୍ୱାଇଁ ଜଣେ ଭଲ ମଣିଷ ଥିଲେ ପରଉପକାରି ଥିଲେ ପୂର୍ବତନ ସମିତି ସଭ୍ୟ ବି ହେଇଥିଲେ। ତାଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ବାସନ୍ତି ଖଟୁଆ ତାଙ୍କ ସ୍ୱାମୀଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସରପଞ୍ଚ ପ୍ରାର୍ଥନୀ ଭାବରେ ଛିଡା ହେଇଛନ୍ତି ।ତେଣୁ ଢ଼ିଙ୍କିଆ ପଞ୍ଚାୟତ ବାସୀ ସ୍ତିର କରିସାରିଛନ୍ତି ବାସନ୍ତି ଖଟୁଆଙ୍କୁ ବିପୁଳ ପରିମାଣର ଭେଟ ଦେଇ ଜିତାଇ ସରପଞ୍ଚ ରୂପେ ଦେଖିବା ପାଇଁ ତାଙ୍କ ସହ ଜିଲ୍ଲା କାର୍ଯ୍ଯ କାରିଣୀ ସଦସ୍ୟ, କ୍ଷେତ୍ରମୋହନ ସାହୁ, ଏସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଅମରେନ୍ଦ୍ର ଦଳାଇ, ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ଶୁଶାନ୍ତ ସ୍ୱାଇଁ,ଏରସମା ମଣ୍ଡଳ ସଭାପତି ଜଟାଧାରି ସ୍ଵାଇଁ, ବାଲିତୁଠ ମଣ୍ଡଳ ସାଧାରଣ ସଂପାଦକ ନିତ୍ୟାନନ୍ଦ ସ୍ୱlଇଁ, ଓ ନାରୀନେତ୍ରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ । ଢ଼ିଙ୍କିଆ ପଞ୍ଚାୟତର ଶ୍ରୀନିବାସ ବେହେରା,ଶ୍ରୀ ବାସ୍ତବ ବେହେରା,ବିକ୍ରମଜିତ୍ ସାମନ୍ତରାୟ , ସଞ୍ଜୁକ୍ତା ଦଳାଇ, ଅନୁସୟା ଲେଙ୍କା ,ଧନେଞୀୟ ବେହେରାଙ୍କ ସମେତ ଶତାଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇ ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ଖଟୁଆଙ୍କୁ ମାଛ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣ ମାନଙ୍କୁ ବୁଝାଇଥିଲେ।

Spread the love