ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଶାଖା ଷ୍ଟେଟବ୍ୟାଙ୍କର ଜୈନିକ କର୍ମଚାରୀ ଦୀର୍ଘ ଛଅ ବର୍ଷ ତଳେ ଉକ୍ତ ବ୍ୟାଙ୍କ୍ ରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ସେହି ସମୟର ବ୍ୟାଙ୍କ୍ ନିବନ୍ଧକ ନଗେନ୍ଦ୍ର କୁମାର ଭୋଳ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ନାଉଗାଁ ଥାନା ଅଞ୍ଚଳର ନୂଆଗାଁ ପଞ୍ଚାୟତ ସରିଆବରପାଟଣା ସ୍ଥିତ ବେଣୁଧର ମଲ୍ଲିକଙ୍କ ପୁଅ ସନ୍ତୋଷ କୁମାର ମଲ୍ଲିକ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଉକ୍ତ ବ୍ୟାଙ୍କରେ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ଶ୍ରୀ ମଲ୍ଲିକ ଉକ୍ତ ବ୍ୟାଙ୍କରେ ଗ୍ରାହକ ମାନେ ଡିପୋଜିଟ କରିବାକୁ ଦେଉଥିବା ଅର୍ଥରାଶିରୁ ୬୨.୨୫ ଲକ୍ଷ୍ୟ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ତତ୍କାଳୀନ ମ୍ୟାନେଜର ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ହେବାର ଛଅ ବର୍ଷ ପରେ ବର୍ତ୍ତମାନର ଥାନା ଅଧିକାରୀ ସଂଘମିତ୍ରା ନାୟକଙ୍କ ନେତୃତ୍ବରେ ଉପନୀରିକ୍ଷକ ନିଳମଣୀ ନାୟକଙ୍କ ସମେତ ଏକ ପୁଲିସ ଟିମ୍ ଗତକାଲି ରାତ୍ରରେ ପାରାଦୀପ ବନ୍ଦର ଅଞ୍ଚଳରୁ ଛଅ ବର୍ଷ ଧରି ଫେରାର ଥିବା ସଂପୃକ୍ତ ବ୍ୟାଙ୍କ୍ କର୍ମଚାରୀ ଶ୍ରୀ ମଲ୍ଲିକଙ୍କୁ କାବୁକରି ନାଉଗାଁ ଥାନାରେ ଅଟକ ରଖିବା ସହିତ ଅଧିକ ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
63