ଜଗତସିଂହପୁର: ଜଗତସିଂହପୁର ଥାନା ସଦର ମହକୁମା ଗାଲୁପଡା ନିକଟରେ ଲକ୍ଷ୍ମୀନାରାୟଣ ଇଣ୍ଣରପ୍ରାଇଜେସ ନାମକ ଏକ ସଂସ୍ଥା ଖୋଲି ଜିଲ୍ଲା ବାହାରୁ ବେକାର ଯୁବକ ଯୁବତୀଙ୍କୁ ପାଠ ପଢିବା ଓ ନିଯୁକ୍ତି ଦେବା ଆଳରେ, ସେମାନଙ୍କ ଠାରୁ ଅଗ୍ରିମ ଲକ୍ଷାଧିକ ଟଙ୍କା ଆଦାୟ କରି । ସେମାନଙ୍କ ଠାରୁ ଲଖ୍ୟାଧିକ ଟଙ୍କା ଠକିଥିବା ଓ ସେମାନଙ୍କ ବିଶ୍ବାସ ସହିତ ଖେଳିଥିବା ଲକ୍ଷ୍ମୀନାରାୟଣ ଇଣ୍ଣରପ୍ରାଇଜେସ ସଂସ୍ଥାର ଦୁଇ ଜଣଙ୍କୁ ଜଗତସିଂହପୁର ପୋଲିସ ଗିରଫ କରିବା ସହିତ ସଂସ୍ଥାର ସମସ୍ତ କାଗଜପତ୍ର ର ଖୋଳତାଡ଼ ଚଳେଇବା ଘଟଣା ଜଗତସିଂହପୁର ଜିଲ୍ଲାରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । ବିଗତ ଦିନମାନଙ୍କରେ ଏହି ସଂସ୍ଥା ନାମରେ ଅନେକ ଥର ଅଭିଯୋଗ ଆସିଥିବା ବେଳେ ପୋଲିସ ଆସାମୀ ମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ପଚରାଉଚରା ପରେ ଛାଡ଼ି ଦେଉଥିଲା ଏଥର କିନ୍ତୁ ବାବୁ ମାନେ ଆଉ ଖସି ପାରିବା କଷ୍ଟକର ହୋଇଛି । ଏହି ଠକ ସଂସ୍ଥାର ମଦନ ଘନେଇ ଓ ଆସୁତୋଷ ଦାସ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି ଜଗତସିଂହପୁର ପୋଲିସ ନିଜର ଏକ ମାଇଲଖୁଣ୍ଟ ଛିଡ଼ା କରିଛି । ଏହି ଠକ ସଂସ୍ଥା ର ଠକେଇ ଘଟଣା କୁ ନେଇ ଜଗତସିଂହପୁର ଥାନା ଅଧକାରୀ ଗୋକୁଳ ରଞ୍ଜନ ଦାସ ବର୍ତମାନ ଜୋରଦାର ଖୋଳତାଡ଼ ଜାରି ରଖିଥିବା ସୂଚନା ମିଳିଛି।
72