99

ଗୁଣ୍ଡାଙ୍କ ଠାରୁ ଲାଞ୍ଚନେଇ ସୁରକ୍ଷା ଦେଉଛି ଉଲୁଣ୍ଡା ପୋଲିସ୍

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢେଇପଙ୍କ ଗ୍ରାମର ଲୋକମାନେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି |  ଆଉ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାଇ କାଯ୍ୟନୁଷ୍ଠାନ ନେବାପାଇଁ ଦାବୀ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ସୂଚନା ଯୋଗ୍ୟ ଯେ, ଗତ ଆଠ ତାରିଖରେ ଚଢେଇପଙ୍କ ଗାଁ ରେ ଘଟିଥିଲା ଏକ ଅଭାବନୀୟ ଘଟଣା | କିଛି ଅସାମାଜିକ ଯୁବକ ମାନେ ଗାଁ ର ଗିରିଧାରୀ ପାଣ୍ଡେଙ୍କୁ ଅପହରଣ କରିନେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ | ଏପରିକି ଗିରିଧାରୀଙ୍କୁ ସେମାନେ ଅପହରଣ କରିନେବା ପରେ ନିସ୍ତୁକ ମାଡ ମାରି ଗିରିଧାରୀଙ୍କ ଆଖି ଫୋଡି ଦେବା ସହିତ କାନରେ ଗଭୀର କ୍ଷତ କରିଥିବା ନେଇ ଗିରିଧାରୀଙ୍କ ପରିବାର ଲୋକମାନେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ | ଏଣୁ ଉଲୁଣ୍ଡା ପୋଲିସ ଅଭିଯୋଗ ପାଇବା ପରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଧରିଆଣି ପଚରା ଉଚୁରା କରି ଛାଡି ଦେଇଛି | ଯାହାକୁ ନେଇ ଗିରିଧାରୀଙ୍କ ପରିବାର ଲୋକେ ଓ ଗ୍ରାମ ବାସୀ ମାନେ ଥାନା ଘେରାଉ କରିବା ପରେ ପୁଣି ଅଭିଯୁକ୍ତ ମାନଙ୍କୁ ଧରିଆଣି ଘଟଣାର ଅନୁସନ୍ଧାନ କରୁଛନ୍ତି | ତେବେ ପୀଡ଼ିତାଙ୍କ ପରିବାର ବର୍ଗ ଓ ଗ୍ରାମ ବାସୀ ମାନେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୃବୁର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | କିନ୍ତୁ ଏଠି ପରିବାର ଲୋକେ ପ୍ରଶ୍ନ ଉଠେଇଛନ୍ତି କି ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦଉଛି ଉଲୁଣ୍ଡା ଥାନା ଅଧିକାରୀ | ସିଧା ସଳକ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି, ଅଭିଯୁକ୍ତଙ୍କ ଠାରୁ ନେଇଛନ୍ତି  ଉଲୁଣ୍ଡା ଥାନା ଅଧିକାରୀ | ନିକଟରେ ଖବର କାଗଜରେ ପ୍ରକାଶିତ ହୋଇଥିବା ଖବର ବଖାଣୁଛି ଉଲୁଣ୍ଡା ଅଞ୍ଚଳରେ କିଭଳି ଭାବରେ ମଦ ଓ କଫ ସିରଫ ମାଫିଆଙ୍କ ଦୌରାତ୍ମ ବଢ଼ି ବଢ଼ି ଚାଲିଛି | ଯଦି ଆଗକୁ ଏଇଭଳିଆ ସ୍ଥିତି ଜାରିରୁହେ ତେବେ ଉଲୁଣ୍ଡା ଅଞ୍ଚଳରେ ଗୁଣ୍ଡା, ଗର୍ଦୀ ମାନଙ୍କର ଗୁଣ୍ଡାରାଜ ଚଳିବା ସହିତ ନିରୀହ ଲୋକମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବ, ତେଣୁ ଏଇ ଭଳିଆ ଥାନା ଅଧିକାରୀଙ୍କୁ ତୁରନ୍ତ ଉଲୁଣ୍ଡା ଥାନାରୁ ବିତାଡିତ କରାଯାଉ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି |

Spread the love