ନବରଙ୍ଗପୁର: ପେଟ୍ରୋଲିଙ୍ଗ କରିବା ସମୟରେ ୧୫ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ରାଇଘର ପୋଲିସ | ସୂଚନା ଅନୁଯାଇ ହରିୟାଣା ରାଜ୍ୟର ଇସାର ଜିଲ୍ଲାର ନରନାଉଣ୍ଡ ଥାନା ଅନ୍ତର୍ଗତ ରାଜଥଲ ଗ୍ରାମର ବିଜେନ୍ଦ୍ର ସିଂ ଓ ବଲଜିତ କୁମାର ନାମକ ଦୁଇଜଣ ଯୁବକ ତିନୋଟି ବ୍ୟାଗ ଧରି ନବରଙ୍ଗପୁର ଜିଲ୍ଲା ରାଇଘରରେ ଥିବା ଆଇଟିଆଇ ସ୍କୁଲ ସମ୍ମୁଖରେ ଥିବା ଲକ୍ଷ୍ମୀ ବସଷ୍ଟାଣ୍ଡରେ ଜୟପୁର ରୁ ରାୟପୁର ଅଭିମୁଖେ ଯାଉଥିବା ବସକୁ ଅପେକ୍ଷା କରିଥିଲେ | ସେହି ସମୟରେ ରାଇଘର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହି ଦୁଇ ଜଣଙ୍କୁ ଦେଖି ସନ୍ଦେହ କରିଥିଲେ | ତେଣୁ ପୋଲିସ ଅଧିକାରୀ ମାନେ ସେମାନଙ୍କ ପାଖରେ ଥିବା ତିନୋଟି ବ୍ୟାଗ ର ଯାଞ୍ଚ କରିବାରୁ ସେଥିରୁ ୧୫ କିଲୋ ୩୫୦ ଗ୍ରାମ ଗଞ୍ଜେଇ ବାହାରିଥିଲା | ରାଇଘର ପୋଲିସ ଉକ୍ତ ଗଞ୍ଜେଇ କୁ ଜବତ କରିବା ସହ ବିଜେନ୍ଦ୍ର ସିଂ ଓ ବଲଜିତ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ସୂଚନା ଦେଇଛନ୍ତି |
167